ରାଜ୍ୟ

୨୪ ଘଣ୍ଟା ପରେ ନିଖୋଜ ଓମ୍ ପ୍ରକାଶଙ୍କ ମୃତଦେହ ଉଦ୍ଧାର, ନଦୀକୁ ଯାଇଥିବା ବେଳେ ଭାସି ଯାଇଥିଲେ

ଯାଜପୁର, ୧।୯: ଦୀର୍ଘ ୨୪ ଘଣ୍ଟା ପରେ ନିଖୋଜ ଓମ୍ ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାଜପୁର କଳିନ୍ଦ୍ରା ବାଦ୍ ବାଲିଘାଟ ନିକଟ ବୁଢ଼ା ନଦୀରେ ଭାସିଯାଇ ନବମ ଶ୍ରେଣୀର ୧୪ ବର୍ଷୀୟ ଛାତ୍ର ଓମ୍ ପ୍ରକାଶ ନିଖୋଜ ଥିଲେ । ରବିବାର ଓଡ୍ରାଫ୍ ଟିମ୍ ଓମ୍ ପ୍ରକାଶଙ୍କ ମୃତଦେହ ଉଦ୍ଧାର କରିଛି । ଶନିବାର ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିବା ବେଳେ ଭାସି ଯାଇଥିଲେ ।

ଓମ୍ ପ୍ରକାଶ ଯାଜପୁର ଟାଉନ୍ ଲଳିତେଶ୍ୱର ନଗର ଅଞ୍ଚଳରେ ଭଡ଼ା ନେଇ ରହୁଥିବା ବେଳେ ସେ ମଙ୍ଗଳପୁର ଥାନା କାଟିଆ ଗ୍ରାମର ସାନିଆ ଷଡ଼ଙ୍ଗୀଙ୍କ ପୁଅ ବୋଲି ଜଣାପଡ଼ିଛି ।

ତେବେ ଶନିବାରଠାରୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଓମ୍ ପ୍ରକାଶଙ୍କ ପତ୍ତା ମିଳିନଥିଲା । ରବିବାର ସକାଳୁ ତାଙ୍କ ମୃତଦେହ ମିଳିବା ପରେ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳିଯାଇଛି

Related Articles

Leave a Reply

Your email address will not be published. Required fields are marked *

Back to top button