IBN ଓଡ଼ିଶା ବ୍ୟୁରୋଦୁର୍ଘଟଣା

ଡ୍ରାଇଭର ନୁହେଁ ରକ୍ଷାସ। ସାମାନ୍ୟ ବଚସା ରୁ ଗାଡି ଚଢାଇ ମା ଓ ଝିଅ ଙ୍କୁ ହତ୍ୟା ଘଟଣା ,ଗିରଫ ହେଲା ଅଭିଯୁକ୍ତ ଡ୍ରାଇଭର।

ଯାଜପୁର:ଜେନାପୁର:-(IBNଓଡିଶା,ବ୍ୟୁରୋ)- ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ଛକରେ ଡମ୍ପର ଚଢାଇ ମା’ଝିଅଙ୍କୁ ମାରିଦେବା ମୃତ୍ୟୁ ଘଟଣାର ନୂଆମୋଡ଼ ଆସିଛି। ଏହା ଦୁର୍ଘଟଣା ନୁହେଁ ବରଂ ଝଗଡ଼ା ପରେ ପ୍ରତିଶୋଧଜନିତ ହତ୍ୟା ବୋଲି ସ୍ପଷ୍ଟ ହୋଇଛି। ଗତ ବୁଧବାର ସନ୍ଧ୍ୟା 5ଟା ମଧ୍ୟରେ ଘଟିଥିବା ଏହି ଘଟଣା ଏକ ନରହତ୍ୟା ବୋଲି ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି। ସାଇଡ୍‌ ମାରିବାକୁ କେନ୍ଦ୍ରକରି ମୃତ ମା’ଝିଅଙ୍କ ସହ ଅଭିଯୁକ୍ତ ଟ୍ରକ (ଡମ୍ପର) ଡ୍ରାଇଭରର ବଚସା‌ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଡ୍ରାଇଭର ଜାଣିଶୁଣି ଗାଡ଼ି ଚଢ଼ାଇ ମା’ଝିଅଙ୍କୁ ହତ୍ୟା କରିଥିଲା ବୋଲି ଏସ୍‌ପି କହିଛନ୍ତି। ଅଭିଯୁକ୍ତ ଡ୍ରାଇଭର ସଂପାରୁ ପଞ୍ଚାୟତ ତୋଟାକଣା ଗ୍ରାମର ଅମର ସ୍ବାଇଁ (୨୭)କୁ ପୁଲିସ ଗତକାଲି ଯାଜପୁରରୋଡ୍‌ରୁ ଉଠାଇ ନେଇଥିଲା।ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେଇ ଗତକାଲି ୫୩ ନମ୍ବର ଜାତୀୟ ରାଜପଥରେ ସ୍କୁଟର (ଓଡି ୦୬ ଜି ୭୯୨୯)ରେ ଘରକୁ ଫେରୁଥି‌ଲେ’ ଶ୍ରୀତିକା ଚକ୍ରବର୍ତ୍ତୀ (୪୭) ଓ ତାଙ୍କ ଝିଅ ସୋନାଲି ଚକ୍ରବର୍ତ୍ତୀ (୨୫)। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡମ୍ପର (ଓଆର ୧୬ ଡି ୬୪୦୮)ଟି ବାଲିଚନ୍ଦ୍ରପୁରରୁ ମା’ଝିଅଙ୍କୁ ପିଛା କରିଥିଲା। ଡ୍ରାଇଭର ଅମର ବାରମ୍ବାର ହର୍ଣ୍ଣ ବଜାଇବା ସହ ସାଇଡ୍‌ ମାରି ଅଶ୍ଳୀଳ ଇଙ୍ଗିତ କରୁଥିଲା। ଏଥିରେ ମା’ଝିଅ ବ୍ୟତିବ୍ୟସ୍ତ ହୋଇଯାଇଥିଲେ। ଶେଷରେ ଆରୁହା ନିକଟରେ ଦୁହେଁ ଟ୍ରକଟିକୁ ଅଟକାଇଥିଲେ। ଡ୍ରାଇଭର ସହ ଉଭୟଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସୋନାଲି ଡ୍ରାଇଭର ଅମରକୁ ଜୋତାରେ ପିଟିଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସ୍ଥାନୀୟ ଲୋକେ ବୁଝାସୁଝା କରି ମା’ ଝିଅଙ୍କୁ ପଠାଇ ଦେଇଥିଲେ। ଏହାର କିଛି ସମୟ ପରେ ଡ୍ରାଇଭରକୁ ମଧ୍ୟ ଛାଡ଼ିଦେଇଥିଲେ। ଏହି ଘଟଣାରେ ଅପମାନିତ ହୋଇ କ୍ରୋଧରେ ଡ୍ରାଇଭର ଅମର ଦ୍ରୁତଗତିରେ ଡମ୍ପର ନେଇ ମା’ଝିଅଙ୍କୁ ପୁଣି ପିଛା କରିଥିଲା। ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକରେ ମା’ଝିଅଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇ ଗାଡିରୁ ଅଭିଯୁକ୍ତ ଅମର ଚମ୍ପଟ ମାରିଥିଲା।ଫଳରେ ଡମ୍ପରଟି ମା ଓ ଝିଅ ଙ୍କୁ ଧକା ଦେଇ ଉକ୍ତ ସ୍ଥାନରେ ଓଲଟି ପଡ଼ିଥିଲା। ଆଉ ଏପଟେ ଘଟଣା ସ୍ଥଳରେ ହିଁ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା।ପ୍ରଥମ ଦିନ ଏହାକୁ ସମସ୍ତେ ଦୁର୍ଘଟଣା ବୋଲି ଗ୍ରହଣ କରି‌ଥିଲେ। ମାତ୍ର ତଦନ୍ତ ପରେ ଆଜି ଏହା ଏକ ଯୋଜନବଦ୍ଧ ହତ୍ୟା କାଣ୍ଡ ବୋଲି ଜେନାପୁର ଥାନା ଅଧିକାରୀ ପ୍ରମାଣ କରିଛନ୍ତି।ପୁଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଥିବା ବେଳେଏ ସଂକ୍ରାନ୍ତରେ ୨୦୭/୨୨ରେ ହତ୍ୟା ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଏପଟେ ସୁକିନ୍ଦାଗଡ଼ର ଅଶୋକ ଚକ୍ରବର୍ତ୍ତୀଙ୍କ ପତ୍ନୀ ଶ୍ରୀତିକା ସୁକିନ୍ଦା ପଞ୍ଚାୟତର ଏମ୍‌ବିକେ ଥିଲେ ଏବଂ ଝିଅ ସୋନାଲି ଡ଼ୁବୁରିସ୍ଥିତ ୟୁନିଅନ ବ୍ୟାଙ୍କରେ କର୍ମଚାରୀ ଥିଲେ ବୋଲି ଜଣାପଡ଼ିଛି।ଗୁରୁବାର ସନ୍ଧ୍ୟାରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଉଭୟଙ୍କ ଶେଷକୃତ୍ୟ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button