IBN ଓଡ଼ିଶା ବ୍ୟୁରୋ

ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର, ଟ୍ରାକରୁ ଖୋଲିଦେଲେ ଫିସ୍ ପ୍ଲେଟ୍

ସୁରଟ: ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର। ଏଭଳି ଘଟଣା ଘଟିଛି ଗୁଜୁରାଟର ସୁରଟରେ। କିମ ରେଳ ଷ୍ଟେସନ ନିକଟରେ ଯାଞ୍ଚ ବେଳେ ଟ୍ରାକରୁ ଫିସ୍ ପ୍ଲେଟ ଏବଂ ନଟ୍ ଗୁଡିକୁ ଉଦ୍ଧାର କରାଯାଇଛି।

ଏନେଇ ପଶ୍ଚିମାଞ୍ଚଳ ରେଳବାଇର ଭଦୋଦରା ଡିଭିଜନ କହିଛି ଯେ କିଛି ଦୁବୁର୍ତ୍ତ ୟୁପି ଲାଇନରୁ କିଛି ଫିସ୍ ପ୍ଲେଟ ଏବଂ ନଟ୍ ଖୋଲି ସେହି ଟ୍ରାକରେ ରଖିଦେଇଥିଲେ, ଯାହା ଫଳରେ ଟ୍ରେନ ଚଳାଚଳ ଅଟକାଇ ଦିଆଯାଇଥିଲା ଏବଂ ଯାଞ୍ଚ ପରେ ଟ୍ରେନଗୁଡିକ ଗନ୍ତବ୍ଯସ୍ଥଳ ଅଭିମୁଖେ ଗଡିଥିଲେ।

 

ସୋସିଆଲ ମିଡିଆରେ ଏନେଇ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଫିସପ୍ଲେଟ୍ ଏବଂ ନଟଗୁଡିକ ଟ୍ରାକରେ ରଖାଯାଇଥିବା ଦେଖିବାକୁ ମିଳୁଛି। ଏହି ଘଟଣାରେ ଜିଆରପି, ଆରପିଏଫ ଏବଂ ଏଲସିବି ତଦନ୍ତ ଆରମ୍ଭ କରିଛନ୍ତି।

ତେବେ କିମ ନିକଟରେ ପାଟ୍ରୋଲିଂ କରୁଥିବା ରେଳ ଲାଇନମ୍ୟାନ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସୂଚନା ଦେଇଥିଲେ। ୍ରଦାନ କରିଥିଲେ। ପୋଲିସ ଅଭିଯୋଗକୁ ପଞ୍ଜୀକୃତ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button