ଅପରାଧରାଜ୍ୟ

ଗାଡି ଡିକି ରୁ ବିଡା ବିଡା ଗଞ୍ଜେଇ ଜବତ

ଯାଜପୁର,ବୈରି(IBN ଓଡିଶା)ବ୍ୟୁରୋ:-୧ କୁଇନ୍ତାଲ ୪୦ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଶହ କାର୍ କୁ ଜବତ କଲା ଛତିଆ ଫାଣ୍ଡି ପୋଲିସ। ସୂଚନା ଥାଉ କି ଗତ କାଲି ବିଳମ୍ବିତ ରାତ୍ରୀରେ ଟାଙ୍ଗୀ ଥାନା ଗୋବିନ୍ଦପୁର ନିକଟସ୍ଥ 16ନମ୍ୱର୍ ଜାତୀୟ ରାଜପଥରେ ଗଞ୍ଜେଇ ଭର୍ତ୍ତି କାର AP -28-ck 4334 ନମ୍ବର୍
ଟି ଯାଉ ଥିବା ପୋଲିସ କୁ ସୂଚନା ମିଳିବା ପରେ ଜାତୀୟ ରାଜପଥରେ ଛତିଆ ଫାଣ୍ଡି ପକ୍ଷରୁ ଯାଞ୍ଚ ଜାରି ରହିଥିଲା । ସଂପୃକ୍ତ କା ର ଟି କୁ ପୋଲିସ ହାବୁଡ଼ରେ ପଡିଯାଇ ଥିବା ଜାଣି ପାରି ଚତୁରତାର ସହିତ ମାଫିଆ ଗାଡ଼ି ଛାଡ଼ି ଖସି ପଳାଇଯିବାକୁ ସକ୍ଷମ ହୋଇଥିଲେ। ଛତିଆ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ଓ ଏ ଏସ ଆଇ ଜହର ଆ ବେ ଦି ନ ,ଏ ଏସ ଆଇ ସୁବ୍ରତ ସାହୁ ଏବଂ ଅତିରିକ୍ତ ତହସିଲ୍ ଦର୍ ନିରଞ୍ଜନ ଗୁରୁ ପ୍ରମୁଖ ଉପସ୍ଥିତ ରହି 70 ଟି ପ୍ୟାକେଟରେ ୧୪୦କେଜି ଗଞ୍ଜେଇ ସହିତ କାର କୁ ସିଜ୍ କରିଥିବା ଦେଖିବାକୁ ମିଳିଛି। ତେବେ କିଛି ଦିନ ପୂର୍ବେ ମଧ୍ୟ ନିର୍ଦ୍ଧିଷ୍ଟ ସେହି ଜାଗାରୁ ୧୨୫କେଜି ଗଞ୍ଜେଇ ଜବତ କରିଥିଲା ଛତିଆ ପୋଲିସ। 16 ନମ୍ୱର୍ ଜାତୀୟ ରାଜପଥ କଡ଼ରେ ରାଜ୍ୟର ଶହ ଶହ ଥାନା ରହିଥିବା ବେଳେ ଗଞ୍ଜେଇ ମାଫିଆଙ୍କ ଚରଭୁଇଁ ପାଲଟିଥିବା ଚର୍ଚ୍ଚାର ବିଷୟ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button