ଅପରାଧ

ବାପା ନା ସଇତାନ ! ଝିଅକୁ ହତ୍ୟା କଲା; ବାଇକରେ ମୃତଦେହ ଘୋଷାଡି ନେଇ ଫିଙ୍ଗିଦେଲା – Ibnodisha

[ad_1]

ଚଣ୍ଡିଗଡ: ପଞ୍ଜାବରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ହତ୍ୟାକାରୀ ଆଉ କେହି ନୁହେଁ, ଝିଅଟିର ଜନ୍ମକଲା ବାପା। ଝିଅର ଚରିତ୍ରକୁ ସନ୍ଦେହ କରି ନୃଶଂସ ବାପା ଏଭଳି ଲୋମଟାଙ୍କୁର ହତ୍ୟାକାଣ୍ଡ ଭିଆଇଛି । ଅଭିଯୁକ୍ତ ପ୍ରଥମେ ନିଜ ଝିଅକୁ ଛୁରୀ ଭୁସି ହତ୍ୟା କରିଥିଲା । ଏହାପରେ ବାଇକରେ ମୃତଦେହକୁ ବାନ୍ଧି ଘୋଷାଡି ଘୋଷାଡି ନେଇ ରେଳଧାରଣାରେ ଫିଙ୍ଗି ଦେଇଥିଲା । ଜଣେ ବାପାର ଏଭଳି ବର୍ବରତା ସହଜରେ ବିଶ୍ୱାସ କରି ହେଉନଥିଲେ ଅମୃତସରର ମୁଚ୍ଚାଲ ଗାଁରେ ଏହା ଘଟିଛି । ସୂଚନା ଅନୁସାରେ, ଅଭିଯୁକ୍ତର ନାମ ବାଉ ଏବଂ ସେ ମଜୁରିଆ ଭାବେ କାମ କରେ । ଗତକାଲି ଏହି ଜଘନ୍ୟ କାଣ୍ଡ ଘଟିଥିଲା ଏବଂ ଏହାର ସିସିଟିଭି ଫୁଟେଜ ବି ପୋଲିସ ହାତରେ ଲାଗିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ନିଜର ୨୦ ବର୍ଷୀୟା ଝିଅର ଚରିତ୍ରକୁ ସନ୍ଦେହ କରୁଥିଲା ।

ଗତ ବୁଧବାର ଦିନ ଝିଅ କାହାକୁ କିଛି ନ ଜଣାଇ ଘରୁ ପଳାଇଥିଲା ହେଲେ ପରଦିନ ପୁଣି ଫେରି ଆସିଥିଲା । ଝିଅର ଏଭଳି କାର୍ଯ୍ୟ ପାଇଁ ବାପା ବାଉ ମୁଣ୍ଡକୁ ପିତ ଚଢି ଯାଇଥିଲା । ଯୁବତୀ ଘରକୁ ଫେରିବା ପରେ ରାଗ ଜର୍ଜରିତ ହୋଇ ତାଙ୍କୁ ପ୍ରବଳ ମାଡ ମାରିଥିଲା । ଏହାପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା । ଏହି ସମୟରେ ଅଭିଯୁକ୍ତ ଘରର ଅନ୍ୟ ସଦସ୍ୟମାନଙ୍କୁ ଗୋଟିଏ ଘର ବନ୍ଦ କରିଦେଇଥିଲା ଏବଂ ସେମାନଙ୍କୁ ମଧ୍ୟ ମାରିଦେବ ବୋଲି ଧମକାଇଥିଲା । ଫଳରେ ଜୀବନ ଭୟରେ ପରିବାର ଲୋକେ କେହି ବି ରୁମରୁ ବାହାରକୁ ଆସିନଥିଲେ । ଅଭିଯୁକ୍ତ ଜନ୍ମକଲା ଝିଅକୁ ନୃଶଂସ ଭାବେ ମାରିବା ପରେ ମୃତଦେହକୁ ନିଜ ବାଇକରେ ବାନ୍ଧି ଦେଇଥିଲା ଏବଂ ରାସ୍ତାରେ ଘୋଷାଡି ନେଇ ରେଲୱେ ଟ୍ରାକରେ ଫିଙ୍ଗି ଦେଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ହତ୍ୟାକାରୀ ବାପାକୁ ଗିରଫ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button