ୟୁକ୍ରେନରେ ତାଣ୍ଡବ ରଚୁଛି ଋଷିଆର ନୂଆ ବୋମା – Ibnodisha
[ad_1]
ମସ୍କୋ: ଋଷିଆ-ୟୁକ୍ରେନ୍ ଯୁଦ୍ଧକୁ ଦେଢ଼ ବର୍ଷରୁ ଅଧିକ ସମୟ ବିତିଲାଣି । ହେଲେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଦିନକୁ ଦିନ ୟୁକ୍ରେନରେ ଯୁଦ୍ଧର ତୀବ୍ରତା ବଢ଼ାଇଚାଲିଛି ଋଷିଆ । ୟୁକ୍ରେନ ଭୂମିରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବ୍ୟବହାର କରୁଛି ଋଷ । ୟୁକ୍ରେନ୍ ଘାତକ ମିସାଇଲ୍ ଏବଂ ବୋମାର ପରୀକ୍ଷାଗାର ପାଲଟିଯାଇଥିବା ଅଭିଯୋଗ ହୋଇଆସିଛି । ଇତିମଧ୍ୟରେ ୟୁକ୍ରେନରେ ପୁଣି ଏକ ଅତ୍ୟାଧୁନିକ ବୋମାର ବ୍ୟବହାର କରିଛି ଋଷ । ଏହି ବୋମାର ଭୟାବହତା କେତେ ତାହା ମଧ୍ୟ ଏକ ଭାଇରାଲ ଭିଡିଓରୁ ସାମ୍ନାକୁ ଆସିଛି । ବୋମାର ନାଁ ଯେମିତି ତାର କାମ ବି ସେମିତି । ଓଡିଏବି ୫୦୦ ବୋମା ଏବେ ୟୁକ୍ରେନ୍ର ଚିନ୍ତା ବଢ଼ାଇ ଦେଇଛି ।
ଅଣ ଆଣବିକ ବୋମା ହୋଇ ମଧ୍ୟ ତାଣ୍ଡବ ରଚିବାରେ ବେଶ ପାରଙ୍ଗମ ଓଡିଏବି ୫୦୦ ବୋମା । ୫୦୦ ମିଟର ମଧ୍ୟରେ ସବୁକିଛି ଜାଳିପୋଡି ଛାରଖାର କରିବାର କ୍ଷମତା ରହିଛି ଏହି ବୋମାର । ଏହାସହ ୨ କିଲୋମିଟର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇପାରିବ ଓଡିଏବି ୫୦୦ । ଓଡିଏବି ୫୦୦ ପିଏମଭି ହେଉଛି ଫ୍ୟୁଲ୍ ଏୟାର୍ ଏକ୍ସପ୍ଲୋସିଭ୍ ବମ୍ । ଏହାକୁ ବିଶେଷ କରି ଶିଳ୍ପାଞ୍ଚଳ, ସଫ୍ଟ ସ୍କିନ୍ ଟାର୍ଗେଟ ଏବଂ ଏଣ୍ଟି ମାଇନଫିଲ୍ଡକୁ ନଷ୍ଟ କରିବା ପାଇଁ ବ୍ୟବହାର କରଯାଏ । ୫୨୫ କିଲୋଗ୍ରାମ ଓଜନର ଏହି ବୋମାର ପରିଧି ୫୦୦ ମିଲିମିଟର । ଏହାକୁ ଲଢ଼ୁଆ ବିମାନରୁ ୨୦୦ରୁ ୧୨୦୦୦ ମିଟର ଉଚ୍ଚତାରୁ ତଳକୁ ଖସାଯାଏ । ଓଡିଏବି ୫୦୦କୁ ହେଲିକପ୍ଟର ସାହାଯ୍ୟରେ ମଧ୍ୟ ତଳକୁ ପକାଯାଇପାରିବ । ଯେଉଁ ସ୍ଥାନରେ ଓଡିଏବି ୫୦୦ ବୋମା ପଡ଼ିବ ତାହା ୫୦୦ ମିଟର ଅଂଚଳରେ ସବୁକିଛିକୁ ଧ୍ୱଂସ କରିପାରିବାର କ୍ଷମତା ରଖିଛି ।
[ad_2]