ଦେଶ

ବାହାଘର ପରେ ବାପଘର ଛାଡ଼ିବା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ବଧୂ – Ibnodisha

[ad_1]

child marriage

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଝାନସୀ ବିଶ୍ୱବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଆସିଥିବା ଜଣେ ଛାତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଉକ୍ତ ଛାତ୍ରୀଙ୍କ ରାତିରେ ବିବାହ ?ଶେଷ ହେବାପରେ ସେ ସକାଳୁ ପରୀକ୍ଷା ଦେବା ପାଇଁ ଝାନସୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥଲେ । ସୂଚନା ଅନୁଯାୟୀ, ଝାନସୀର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଖୁସବୁ ରାଜପୁତ ପୋଷ୍ଟ ଗ୍ରାଜୁଏଟର ଛାତ୍ରୀ । ଗତବୁଧବାର ରାତିରେ ଖୁସବୁଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା । ବିବାହ ପରଦିନ ଖୁସବୁଙ୍କ ପରୀକ୍ଷା ଥିଲା । ତେଣୁ ଖୁସବୁ ଶାଶୁଘର ଲୋକଙ୍କୁ ଏବିଷୟରେ ଜଣାଇଥିଳେ । ଏହାପରେ ସେମାନେ ବୋହୂ ପରୀକ୍ଷା ଦେଇ ଆଗକୁ ବଢ଼ୁ ବୋଲି ଅନୁମତି ଦେଇଥିଲେ । ଶାଶୁଘରଲୋକଙ୍କ ଠାରୁ ଏଭଳି ଅନୁମତି ପାଇ ଖୁସବୁ ଯେତିକି ଖୁସି ହୋଇଥିଲେ ପରୀକ୍ଷା ଦେଇ ଆସିଲା ପରେ ତାଙ୍କର ଏ ଘରଯେ ପର ହୋଇଯିବ । ବାପଘରକୁ ପର କରି ସେ ଶାଶୁଘରକୁ ଚାଲିଯିବେ ସେ ଦୁଃଖରେ ତାଙ୍କ ଆଖିରେ ଲୁହ ଭରି ଯାଇଥିଲା । ଏସମସ୍ତ ଦୁଃଖକୁ ଛାତିରେ ଜାବୁଡ଼ି ଧରି ଭବିଷ୍ୟତକୁ ଦେଖି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଖୁସବୁ । ପରୀକ୍ଷା ଦେଇ ଘରକୁ ଫେରିବା ପରେ ଝିଅ ବିଦା ପାଇଁ ଥିବା ରୀତିନୀତି ସମ୍ପର୍ଣ୍ଣ ପରେ ଖୁସବୁ ନୂଆ ସଂସାର ଗଢ଼ିବା ପାଇଁ ଶାଶୁଘରକୁ ଚାଲି ଯାଇଥିଲେ ।

The post ବାହାଘର ପରେ ବାପଘର ଛାଡ଼ିବା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ବଧୂ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button