ଦେଶ

ଗାଜା ଉପରେ ରାତି ଅଧରେ ଇସ୍ରାଏଲର ବୋମା ବର୍ଷା – Ibnodisha

[ad_1]

ବ୍ୟୁରୋ : ଗାଜାରେ ରାତି ଅଧରେ ଇସ୍ରାଏଲର ବୋମା ବର୍ଷା । ଜନବସତି ଅଞ୍ଚଳରେ ତୀବ୍ର ଆକ୍ରମଣରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ-ହମାସ ଯୁଦ୍ଧକୁ ୨୨ ଦିନ ବିତିଥିବା ବେଳେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଏବଂ ବାୟୁସେନା ଗାଜା ପଟ୍ଟିରେ ଆକ୍ରମଣକୁ ତୀବ୍ର କରିଛି । ଏହି ଆକ୍ରମଣରେ ହ୍ବାଇଟ୍ ଫସଫରସ୍ ବୋମା ବ୍ୟବହାର ହେଉଥିବା କୁହାଯାଉଛି । ଗାଜାରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଠପ୍ ହୋଇଯାଇଛି । ଏଥିରୁ ପ୍ରମାଣ ମିଳୁଛି ଯେ ଗାଜାରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ୍ ଜୋରଦାର ହୋଇଛି । ଇସ୍ରାଏଲ ସେନା କହିଛି ସ୍ଥଳ ବାହିନୀ ଗାଜାରେ କାର୍ଯ୍ୟକଳାପକୁ ବିସ୍ତାର କରିବ। ଗାଜାରେ ଦ୍ବିତୀୟ ଗ୍ରାଉଣ୍ଡ ରେଡ୍ ପରେ ଇସ୍ରାଏଲ ସେନା ପକ୍ଷରୁ ଏଭଳି ପ୍ରତିକ୍ରିୟା ଆସିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button