ଦେଶ

ଦୁଷ୍କର୍ମ ଅଭିଯୋଗକୁ ଅସ୍ୱୀକାର କଲେ ସଜ୍ଜନ ଜିନ୍ଦଲ – Ibnodisha

[ad_1]

ମୁମ୍ବାଇ : JSW ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲ ତାଙ୍କ ଉପରେ ଲାଗିଥିବା ଦୁଷ୍କର୍ମ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ମୁମ୍ବାଇର ଜଣେ ମହିଳା ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ଜିନ୍ଦଲ ଏକ ଅଫିସିଆଲ୍‌ ବୟାନରେ ଏହାକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ଏହା ସହିତ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ସଜ୍ଜନ ଜିନ୍ଦଲ ରବିବାର ଏକ ବୟାନ ଜାରି କରି କହିଛନ୍ତି, ‘ସଜ୍ଜନ ଜିନ୍ଦଲ ଏହି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗକୁ ଅସ୍ୱୀକାର କରୁଛନ୍ତି। ପୂରା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ ଦେବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଯେହେତୁ ତଦନ୍ତ ଚାଲିଛି, ଆମେ ଏହି ସମୟରେ କୌଣସି ବି ଟିପ୍ପଣୀ କରିପାରିବୁ ନାହିଁ। ପରିବାରର ଗୋପନୀୟତାକୁ ସମ୍ମାନ ଜଣାଇବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ’। ସେପଟେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧ରେ ସେ ଜିନ୍ଦଲଙ୍କୁ ଦୁବାଇରେ ଏକ କ୍ରିକେଟ୍‌ ମ୍ୟାଚ୍‌ ସମୟରେ ଭେଟିଥିଲେ। ଏହାପରେ ସେମାନେ ଅନେକ ବାର ପରସ୍ପରକୁ ଭେଟିଛନ୍ତି। ଜିନ୍ଦଲ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ମହିଳା ଜଣକ ଚଳିତ ବର୍ଷ ଫେବୃୟାରୀରେ ପୋଲିସରେ ଅଭିଯୋଗ କରିଥିଲେ। ଯେତେବେଳେ ଏ ନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା, ସେତେବେଳେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଆଦେଶରେ ଗତ ୧୩ ତାରିଖ ବୁଧବାର ମୁମ୍ବାଇର ବିକେସି ଥାନାରେ ଆଇପିସି ଧାରା ୩୭୬, ୩୫୪ ଓ ୫୦୬ ଅଧୀନରେ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗ ମୁତାବକ, ଏହି ଘଟଣା ୨୦୨୨ ଜାନୁୟାରୀ ୨୨ରେ ଉଦ୍ଦ୍ୟୋଗପତିଙ୍କ ଅଫିସ୍‌ରେ ଘଟିଥିଲା। ମହିଳା ଏତଲାରେ ଦାବି କରିଛନ୍ତି କି, ସେ ସନ୍ଧ୍ୟା ୭ଟା ବେଳେ ସେଠାକୁ ଯାଇଥିଲେ, ଯାହା ପରେ ଉଦ୍ଦ୍ୟୋଗପତି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button