ରାଜ୍ୟ

ସ୍ମାର୍ଟ ସିଟିରେ ପିଇବା ପାଣିରୁ ବ୍ୟାପୁଛି ଡାଇରିଆ! – Ibnodisha

[ad_1]

ଭୁବନେଶ୍ୱର : ଶୀତ ଋତୁରେ ଡାଇରିଆ, ତାହା ପୁଣି ସ୍ମାର୍ଟ ସିଟି ରାଉରକେଲାରେ। ସପ୍ତାହରେ ୧୧୧ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହେଲାଣି। ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପିଇବା ପାଣି ଦୂଷିତ ହେବା ଯୋଗୁ ରୋଗ ବ୍ୟାପିଥିବା ଲୋକେ ଅଭିଯୋଗ କରିଛନ୍ତି।ତେବେ ପାଣି ଓ ଖାଦ୍ୟ ନମୁନା ରିପୋର୍ଟ ଆସିଲେ, କାରଣ ଜଣାପଡ଼ିବ ବୋଲି ଦୋଷ ଛଡାଇଛି ପ୍ରଶାସନ। ସ୍ମାର୍ଟସିଟି ରାଉରକେଲାରେ ଡାଇରିଆ ଆତଙ୍କ। ପୂରା ଇସ୍ପାତ ନଗରୀକୁ ମାଡ଼ି ବସିଲାଣି ଅଦିନିଆ ରୋଗ। ୫ ଜଣଙ୍କ ଜୀବନ ବି ଗଲାଣି। ଡେଲି ମାର୍କେଟ, ନାଲାରୋଡ୍, କିସାନଟୋଲା, ବାସନ୍ତୀ କଲୋନୀ, ଉଦିତ ନଗର ଓ ପାନପୋଷ ଅଞ୍ଚଳ ଡାଇରିଆ ହଟସ୍ପଟ ପାଲଟିଛି। ଗତ ୧୦ ତାରିଖରୁ ଆଜି ଯାଏଁ ୧୧୧ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।ହଠାତ ରୋଗ ବ୍ୟାପିବାରୁ ପ୍ରଶାସନ ବି ଅକଳରେ। ହସପିଟାଲରେ ବେଡ୍ ମିଳୁନଥିବାରୁ ରୋଗୀଙ୍କୁ ତଳେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ବି ଉଠିଛି। ସ୍ମାର୍ଟସିଟି କାମ ବେଳେ ଫାଟିଥିବା ପାଣି ପାଇପର ଠିକଭାବରେ ମରାମତି ହୋଇନଥିବାରୁ ଏଥିରେ ଡ୍ରେନ୍ ପାଣି ମିଶି ପିଇବା ପାଣି ଦୂଷିତ ହୋଇଥିବା କୁହାଯାଉଛି। ତେବେ ଚୋର ଗଲା ପରେ ବୁଦ୍ଧି ଆସିଲା ଭଳି ଏବେ ପାଣି ନମୁନା ପରୀକ୍ଷା ଲାଗି ପଠାଯାଇଛି।୫ ଜଣଙ୍କ ଜୀବନ ଗଲା ପରେ ସଂକ୍ରମଣରେ ରୋକିବାକୁ ତତ୍ପର ହୋଇଛି ପ୍ରଶାସନ। ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ବିଶେଷଜ୍ଞ ଟିମ୍ ରାଉରକେଲା ପଠାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଓ ସିଡ଼ିଏମ୍ଓ ଡାକ୍ତରଖାନାକୁ ଯାଇ ରୋଗୀଙ୍କ ଚିକତ୍ସା ସଂପର୍କରେ ଅନୁଧ୍ୟାନ କରିଛନ୍ତି। ମହାନଗର ନିଗମ ପକ୍ଷରୁ ୬ଟି ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରାଯାଇ ରୋଗୀଙ୍କୁ ତୁରନ୍ତ ହସପିଟାଲରେ ପହଞ୍ଚାଇବା ଓ ଉପଯୁକ୍ତ ଚିକିତ୍ସା ମିଳିବା କାମରେ ନିୟୋଜିତ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button