ରାଜ୍ୟ

ସଂଘବଦ୍ଧ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ଘଟଣା; ‍‍ବନ୍ଧା ହେଲେ ୫ ଅଭିଯୁକ୍ତ – Ibnodisha

[ad_1]

ଗଞ୍ଜାମ  : ସାମନ୍ୟ କଥାକୁ ନେଇ ଲାଗିଥିବା ବିବାଦରୁ ଚାଲିଗଲା ଯବାନ ଡିଲେଶ୍ୱରଙ୍କ ଜୀବନ । ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଚାଲୁଥିବା ଯୁକ୍ତିତର୍କ ନେଲା ରକ୍ତାକ୍ତ ସଂଘର୍ଷର ରୂପ । ଆଉ ଶେଷରେ ଅପର ଗୋଷ୍ଠୀଙ୍କ ଆକ୍ରମଣରେ ଅକାଳରେ ଆଖି ବୁଜିଲେ ଯବାନ  ଡିଲେଶ୍ୱର।  ଗଞ୍ଜାମ କାଳିପଲ୍ଲୀ ଆର୍ମି ଯବାନ ଡିଲେଶ୍ୱର ହତ୍ୟା ମାମଲା ପଛର ଏହା ହିଁ କାରଣ ବୋଲି କହିଛନ୍ତି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା । ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି।  ଗିରଫ ୫ ଜଣଙ୍କ ମଧ୍ୟରେ ୩ ଜଣ କାଳୀପଲ୍ଲୀର ଜେ. କଲ୍ୟାଣୀ ପାତ୍ର, ବି. ଚେନେୟା ପାତ୍ର ଓ ସିଏଚ. ଶେଖର ପାତ୍ର ଏବଂ ଅନ୍ୟ ୨ ଜଣ ନିମଖଣ୍ଡି ଥାନା ଜଗନ୍ନାଥପୁର ଗାଁ ର ବି. ବୁଲୁ ପାତ୍ର ଓ ସିଏଚ. ଭିକି କୁମାର ପାତ୍ର ବୋଲି ଜଣାଯାଇଛି। ପୂର୍ବରୁ ଗଣେଷ ପୂଜା ବିସର୍ଜନକୁ କେନ୍ଦ୍ର କରି ମୃତ ଯବାନ ଡିଲେଶ୍ୱରଙ୍କ ଗୋଷ୍ଠି ଓ ଅଭିଯୁକ୍ତଙ୍କ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ତାହା ସମାଧାନ ହୋଇଥିଲା । ଡିଲେଶ୍ୱର ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ଥିବା ବେଳେ ୨୦ ଦିନ ପାଇଁ ଗାଁକୁ ଛୁଟିରେ ଆସିଥିଲେ। ଗତ ୩ ତାରିଖରେ ଗୋପାଳପୁରଠାରେ ଚାଲିଥିବା କ୍ରିକେଟ ମ୍ୟାଚରେ ଅତିଥି ଭାବେ ଡିଲେଶ୍ୱର ଯୋଗଦେଇଥିଲେ । ସେଠାରେ ମଧ୍ୟ ତାଙ୍କର ଅଭିଯୁକ୍ତଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସେଠାରୁ ଡିଲେଶ୍ୱର ଫେରୁଥିବାବେଳେ ପୂର୍ବ ଯୋଜନା ମୁତାବକ ହରିପୁର ଛକଠାରେ ଅଭିଯୁକ୍ତମାନେ ପୂର୍ବରୁ ଲୁଚି ରହିଥିଲେ। ସେମାନେ ଅଚାନକ ଡିଲେଶ୍ୱରଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଗତ ଗୁରୁବାର ତାଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଡିଲେଶ୍ୱରଙ୍କ ମା’ ଚମାଖଣ୍ଡି ଥାନାରେ ଏତଲା ଦେବା ପରେ ଏହାର ତଦନ୍ତ ପାଇଁ ପୁଲିସ୍‌ ଏକାଧିକ ଟିମ୍‌ ଗଠନ କରିଥିଲା। ଏପରିକି ବ୍ରହ୍ମପୁରଠୁ ଆରମ୍ କରି କଟକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇ ଅଭିଯୁକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଥିଲେ ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button