ରାଜ୍ୟ

କୂଅରେ ପଡି ଶିଶୁ କନ୍ୟା ମୃତ – Ibnodisha

[ad_1]

ଢେଙ୍କାନାଳ: ଜିଲ୍ଲାର ଅଳସୁଆ ହାଟ ସାହିରେ କୂଅରେ ପଡି ଏକ ବର୍ଷର ଶିଶୁ କନ୍ୟା ମୃତ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଶିଶୁର ମୃତଦେହ କୂଅରୁ ଉଦ୍ଧାର କରିଛି । ଶନିବାର ସନ୍ଧ୍ୟାବେଳେ ଶିଶୁଟି ଘର ଅଗଣାରେ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ କୂଅରେ ପଡିଯାଇଥିଲା । ଏନେଇ ସଙ୍ଗେ ସଙ୍ଗେ ପରିବାର ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ତେବେ ମୃତ ଶିଶୁ କନ୍ୟାର ବୟସ ମାତ୍ର ଏକ ବର୍ଷ । ଶିଶୁଟି ଅଳସୁଆ ହାଟ ସାହିର ଅଶୋକ ଭୁତିଆଙ୍କ ଝିଅ ବୋଲି ଜଣାପଡିଛି । ଝିଅଟି ଖେଳୁଥିବା ବେଳେ ତାଙ୍କ ଘର ପାଖରେ ଥିବା ୩୦ଫୁଟ ଗଭୀର କୂଅରେ ପଡିଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button