ହାଇକୋର୍ଟରେ ପ୍ରତ୍ନତତ୍ତ୍ୱ ବିଭାଗର ସତ୍ୟପାଠ; ରତ୍ନଭଣ୍ଡାର ତୁରନ୍ତ ମରାମତି ଦରକାର – Ibnodisha

[ad_1]
କଟକ: ପୁରୀ ଶ୍ରୀମନ୍ଦର ରତ୍ନଭଣ୍ଡାର ଅସୁରକ୍ଷିତ ହୋଇପଡିଥିଲା ବେଳେ ଛାତରୁ ପାଣି ଗଳିବା ସହ କାନ୍ଥରେ ହାତ ମାରିଲେ ଫମ୍ପା ଶବ୍ଦ ହେଉଛି । ୫ ବର୍ଷ ତଳେ ରତ୍ନଭଣ୍ଡାର ଅନୁଧ୍ୟାନ ସମୟରେ ରତ୍ନଭଣ୍ଡାର ଅବସ୍ଥା ଏପରି ରହିଥିଲା । ତେଣୁ ତୁରନ୍ତ ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଥିବା ନେଇ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ।
୨୦୧୮ ମସିହାରୁ ରତ୍ନଭଣ୍ଡାରେ ଫାଟ ସୃଷ୍ଟି ହୋଇଥିବା ଯାନ୍ତ୍ରିକ କମିଟିର ଯାଞ୍ଚ ପରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା । ପୂର୍ବତନ ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟକୁ ଆଧାର କରି ବାରମ୍ବାର ଚିଠି ରଖିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ଆଗ୍ରହ ଦେଖାଉ ନାହାନ୍ତି ।
ରତ୍ନଭଣ୍ଡାର ବିପଦସଙ୍କୁଳ ଅବସ୍ଥାରେ ଅଛି ବୋଲି ୨୦୧୮ ଓ ୨୦୨୨ର ଏଏସ୍ଆଇ ତରଫରୁ ମନ୍ଦିର ପ୍ରଶାସନକୁ ଲେଖାଯିବା ସତ୍ତ୍ୱେ ଭିତର ରତ୍ନଭଣ୍ଡାର ମରାମତି ଲାଗି ତତ୍ପରତା ପ୍ରକାଶ ପାଉନି । ଶ୍ରୀ ମନ୍ଦିରର ସୁରକ୍ଷା, ନିରାପତ୍ତା ଏବଂ ସ୍ଥାପତ୍ୟ ସଂରକ୍ଷଣ ଦୃଷ୍ଟିରୁ ଅବିଳମ୍ବେ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରିବାକୁ ଅନୁମତି ଦିଆଯାଉ ବୋଲି ଏସ୍ଆଇ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି । ମାମଲା ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୨ରେ ହେବ ।
ରାଜ୍ୟ ସରକାର ରତ୍ନଭଣ୍ଡାରର ସୁରକ୍ଷା ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରୁନଥିବାରୁ ରାଜ୍ୟ ବିଜେପିର ପୂର୍ବତନ ସଭାପତି ତଥା ଆବେଦନକାରୀ ସମୀର ମହାନ୍ତି ଏ ନେଇ ଉଚ୍ଚ ନ୍ୟାୟାଳୟରେ ରିଟ୍ ପିଟିସନ ଦାଖଲ କରିଥିଲେ । ବିଚାରପତି ଶୁଭାଶିଷ ତଲାପାତ୍ର ଏବଂ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠରେ ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏଏସ୍ଆଇର ଯାନ୍ତ୍ରିକ କମିଟି ଓ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି ଏବଂ ତତ୍କାଳୀନ ରାଜ୍ୟପାଳ ଭଗବତ୍ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ୯ଜଣିଆ କମିଟିର ରିପୋର୍ଟକୁ ଆଧାର କରି ଯୁକ୍ତି ବାଢିଥିଲେ ଯେ ୪୫ ବର୍ଷ ଧରି ରତ୍ନଭଣ୍ଡାରର ଅଳଙ୍କାର ଗଣତି କରାଯାଇ ନାହିଁ ।
୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାରର ଚାବି ହଜିଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ରତ୍ନଭଣ୍ଡାରେ ଅଳଙ୍କାର ସୁରକ୍ଷିତ ଅଛିକି ନାହିଁ ବୋଲି ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଥିଲା । ତେଣୁ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଅଳଙ୍କାର ଗଣତି କରାଯାଉ ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବା ରତ୍ନଭଣ୍ଡାରକୁ ତୁରନ୍ତ ଖୋଲି ମରାମତି କରାଯିବାକୁ ଆବେଦନକାରୀ ଶ୍ରୀ ମହାନ୍ତି ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ ।
ଆବେଦନକୁ ଗ୍ରହଣ କରି ପ୍ରତିପକ୍ଷ ମନ୍ଦିରର ମୁଖ୍ୟ ପ୍ରଶାସକ, ଅଧ୍ୟକ୍ଷ ଗଜପତି ମହାରାଜା, ଏଏସ୍ଆଇ ଡିଜି ଏବଂ ଏଏସ୍ଆଇ ଅଧୀକ୍ଷକଙ୍କୁ ଜବାବ ଦଖଲ ତଲବ କରିଥିଲେ । କିନ୍ତୁ ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟି ୨୦୨୪ ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ସୁପାରିଶ କରିଛି । ଏହାକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି ।
[ad_2]