ରାଜ୍ୟ
ପୋଖରୀରେ ବୁଡ଼ି ବୃଦ୍ଧ ମୃତ, ପୋଖରୀକୁ ନିତ୍ୟକର୍ମ କରିବାକୁ ଯାଇ ବୁଡିଗଲେ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ କାମିଟିପଙ୍ଗା ଗ୍ରାମରେ ଜଣେ ବ୍ୟକ୍ତି ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ସ୍ଥାନୀୟ ଅଞ୍ଚଳର ଚମ୍ପେଶ୍ୱର ଭୋଇ (୫୮) । ଆଜି ଅପରାହ୍ନରେ ଚମ୍ପେଶ୍ୱର ପୋଖରୀକୁ ନିତ୍ୟକର୍ମ କରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଦଶପଲ୍ଲା ଅଗ୍ନିଶମ ବାହିନୀ କାମିଟିପଙ୍ଗା ଗ୍ରାମରେ ପହଂଚି ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ ।
କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଉକ୍ତ ଖବର ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।