ରାଜ୍ୟ

କାଲି ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ

ଭୁବନେଶ୍ବର: ଆସନ୍ତାକାଲିଠାରୁ ସାରା ଭାରତରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ୨.୦ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ ଭର୍ଚ୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବେ । ଏହା ପରେ ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଏକକ କାର୍ଡରେ ସୁବିଧା ପାଇେବ ହିତାଧିକାରୀ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପାଖାପାଖି ୩ କୋଟି ୫୦ ଲକ୍ଷ ଲୋକଙ୍କୁ ଏଲଥିରେ ସାମିଲ କରାଯିବ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଏହି କାର୍ଡ ପ୍ରଦାନ କରିଦେବୁ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଏବଂ ରାଜ୍ୟର ନିଜସ୍ବ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଗୋଟିଏ କାର୍ଡ ମିଳିବ । ରାଜ୍ୟରେ ପୁରୁଣା କାର୍ଡରେ ୯୫୦ ଏବଂ ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲରେ ଏହି କାର୍ଡ ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button