ରାଜ୍ୟ

ଗୋପାଳପୁରରେ ହେବ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ – Ibnodisha

[ad_1]

ଭୁବନେଶ୍ୱର:  ମେକ ଇନ୍ ଓଡ଼ିଶାକୁ ବଡ଼ ସଫଳତା ମିଳିଛି । ଓଡ଼ିଶାରେ ହେବ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ । ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଏହି ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ଖୋଲାଯିବ । ୬୦ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମାଣ କରାଯିବ । ଏହି ପ୍ଲାଣ୍ଟ ପାଇଁ ୩୪୦ ଏକର ଜାଗା ଆବଣ୍ଟନ କରାଯାଇଛି । ଏସିଏମ୍‌ଇ ଗ୍ରୁପ ଜାପାନର ଆଇଏଚ୍‌ଆଇ ସହ ମିଶି ଏକ ପ୍ରକଳ୍ପରେ କାମ କରିବେ । ଏହି ପ୍ରକଳ୍ପ ହେଲେ ୩୭୦୦  ଲୋକଙ୍କୁ ନିଯୁକ୍ତି ମିଳିବ ।

ପ୍ଲାଣ୍ଟ ନିର୍ମାଣ ନେଇ ଜାପାନର ଏକ ଟିମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ ସୂଚନା ଦେଇଛନ୍ତି । ଗ୍ରୀନ ଆମୋନିଆ ପ୍ଲାଣ୍ଟ ହେଲେ ରାଜ୍ୟକୁ କିପରି ଫାଇଦା ମିଳିବ ସେ ବିଷୟରେ ବି ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ସଫଳ ହେବା ନେଇ ଆଶା କରିବା ସହ ଟିମକୁ ଧନ୍ୟବାଦ ଜଣାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button