ରାଜ୍ୟ

ଦୋଳପୂର୍ଣ୍ଣିମାରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ଆରିସା ପିଠା, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଓଡିଶାରେ ଓଡିଆମାନେ ବର୍ଷକୁ ବାର ମାସ ତେର ପର୍ବ ପାଳନ କରନ୍ତି। ସବୁ ଓଡିଆ ପର୍ବ ମଧ୍ୟରେ ହୋଲି ଏବଂ ଦୋଳପୂର୍ଣ୍ଣିମାକୁ ଲୋକମାନେ ଖୁବ୍‌ ଆଡମ୍ବର ସହିତ ପାଳନ କରିଥାନ୍ତି। ଖାସ୍‌ କରି ଦୋଳପୂର୍ଣ୍ଣିମାରେ ଲୋକମାନେ ଘରେ ଆରିସା ପିଠା କରିଥାନ୍ତି। ଏହାସହିତ ନିଜ ପରିବାର ସମେତ ସର୍ମ୍ପକୀୟଙ୍କ ଘରକୁ ମଧ୍ୟ ଦିଅନ୍ତି। ତେବେ ଏହି ଆରିସା ପିଠା ଖାଇବାକୁ ଯେତିକି ସ୍ୱାଦିଷ୍ଟ ତାଠାରୁ ଅଧିକ ଏହା କ୍ରିସପି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୨ରୁ୪ ଜଣ ଲୋକଙ୍କ ପାଇଁ

ଚାଉଳ – ଏକ କପ୍‌

ଚିନି – ଏକ କପ୍‌

ତେଲ – ଆବଶ୍ୟକ ଅନୁସାରେ

ପାଣି – ଆବଶ୍ୟକ ଅନୁଯାୟୀ

arisaପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଚାଉଳକୁ ପାଣିରେ ୨ ରୁ ୩ ଘଣ୍ଟା ଭିଜାଇ ରଖନ୍ତୁ। ଏହାପରେ ଭିଜାଇ ରଖିଥିବା ଚାଉଳକୁ ଧୋଇ ପାଣି ବାହାର କରିଦିଅନ୍ତୁ।

-ଏବେ ଏହାକୁ ୨ରୁ୩ ମିନିଟ୍‌ ପଯ୍ୟର୍ନ୍ତ ସୁଖାଇ ଦିଅନ୍ତୁ। ଯେତେବେଳେ ଏହା ଶୁଖିଯିବ ତେବେ ଏହାକୁ ଗୁଣ୍ଡ କରିଦିଅନ୍ତୁ।

-ପାଣି ଏବଂ ଚିନି ମିଶାଇ ସିରା ବନାନ୍ତୁ। ଧିରେ-ଧିରେ ଏଥିରେ ପେଶି ରଖିଥିବା ବା ଗୁଣ୍ଡ କରି ରଖିଥିବା ଚାଉଳକୁ ପକାନ୍ତୁ।

-ଏହାପରେ ଏହାର ଏକ ମିଶ୍ରଣ ବନାନ୍ତୁ। ଏବେ ଏହି ମିଶ୍ରଣକୁ ଆଣି ଛୋଟ ଛୋଟ ଗୋଲା ବନାଇ ଦିଅନ୍ତୁ।

-ଏବେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ଏହି ତେଲରେ ପୂର୍ବରୁ କରି ରଖିଥିବା ଗୋଲାକୁ ହାତରେ ଚାପି ପତଳା ପତଳା କରି ତେଲରେ ଛାଣନ୍ତୁ।

-ଯେତେବେଳେ ଏହା ସୁନେଲୀ ରଙ୍ଗ ହୋଇଯିବ ସେତେବେଳେ ଏହାକୁ ବାହାରକୁ ବାହାର କରି ଗରମା ଗରମ ସର୍ଭ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button