IBN ଓଡ଼ିଶା ବ୍ୟୁରୋ

ବାଡିରେ ଥିବା ଏହି ୫ଟି ଗଛ ଚୁଟକିରେ ଆପଣଙ୍କୁ ଧାର କରଜରୁ ଦେବ ମୁକ୍ତି

ବର୍ତ୍ତମାନର ଆଧୁନିକ ଯଗରେ ନିଜକୁ ଅନ୍ୟମାନଙ୍କ ସମକକ୍ଷ ହେବାକୁ ପଡୁଛି। ବିଭିନ୍ନ ସମୟରେ ଲୋକମାନେ ନିଜ ଆବଶ୍ୟକତାକୁ ପୂରଣ କରିବାକୁ ଧାର କରଜ କରିଦିଅନ୍ତି। ଲୋକମାନେ ଧାର କରଜ କରି ଅନ୍ୟ ଠାରୁ ଟଙ୍କା ତ ନେଇଆସନ୍ତି କିନ୍ତୁ ତାକୁ ଫେରାଇବା ପାଇଁ ତାଙ୍କୁ ପୂରା ଜୀବନ ଲାଗିଯାଇଥାଏ। ଏମିତିରେ ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ କୁହାଯାଇଛି ଯାହା ସାହାଯ୍ୟରେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଠିକ୍‌ ବାର ଏବଂ ନକ୍ଷତ୍ରରେ କରଜ ନେବା ଉଚିତ ନଚେତ କରଜକୁ ସୁଝିବା ପାଇଁ ବହୁ କଠିନ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଜ୍ୟୋତିଷ ଶାସ୍ତ୍ରର କିଛି ଉପାୟ ନେଇ ଆସିଛୁ ଯାହାକୁ ଆପଣେଇଲେ ଆପଣ ସୁଝି ପାରୁନଥିବା କରଜ ଟଙ୍କାକୁ ସୁଝି ପାରିବେ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

କଦଳୀ ଗଛର ଉପାୟ

treeକଦଳୀ ଗଛକୁ ବହୁତ ପବିତଅ ବୋଲି ଧରାଯାଇଛି ଏବଂ ଅନେକ ଧାର୍ମିକ କାର୍ଯ୍ୟରେ ଏହାର ବ୍ୟବହାର କରାଯାଏ। ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ କଦଳୀ ଭୋଗ ଲଗାଯାଇଥାଏ। କରଜରୁ ମୁକ୍ତି ଏବଂ ଜୀବନରେ ସମୃଦ୍ଧି ପାଇବା ପାଇଁ ପ୍ରତି ଗୁରୁବାର କଦଳୀ ଗଛକୁ ପୂଜା କରିବା ଉଚିତ। ତୁଳସୀ ଏବଂ କଦଳୀ ଗଛକୁ ଘରେ ରଖିବା ଦ୍ୱାରା ଘରେ ସଦୈବ ଖୁସି ଏବଂ ଉନ୍ନତି ଆସିବ।

ନଡିଆ ଗଛ

treeଗୋଟିଏ ନଡିଆ ନେଇ ସେଥିରେ ଚମେଲୀ ତେଲ ମିଶାଇଥିବା ସିନ୍ଦୁରରେ ସାତ୍ତ୍ୱିକ ଚିହ୍ନ ବନାନ୍ତୁ। ଲଡୁ ବା ଗୁଡ ଚିନିର ଭୋଗକୁ ନେଇ ହନୁମାନଙ୍କ ମନ୍ଦିର ନେଇ ତାଙ୍କ ଚରଣରେ ଅର୍ପଣ କରି ଋଣମୋଚକ ମଙ୍ଗଳ ସ୍ତୋତ୍ର ପାଠ କରନ୍ତୁ, ଦେଖିବେ ତତ୍କାଳ ଲାଭ ପ୍ରାପ୍ତ ହେବ। ବ୍ୟବସାୟରେ ଲଗାତାର କ୍ଷତି ସହିବାକୁ ପଡୁଥିଲେ ଗୁରୁବାର ଦିନ ଗୋଟେ ନଡିଆରେ ଅଧା ମିଟର ହଳଦିଆ କପଡା ବାନ୍ଧି ମିଠା ସହିତ ନେଇ ପାଖରେ ଥିବା ବିଷ୍ଣୁ ମନ୍ଦିରରେ ନିଜର ସଂକଳ୍ପ ସହିତ ଚଢ଼ାଇ ଦିଅନ୍ତୁ। ଦେଖିବେ ବେପାର ବୃଦ୍ଧି ପାଇବ।

ବେଲ ଗଛ

treeଯେଉଁ ଘରେ ବେଲ ଲଗାଯାଇଥାଏ ସେହି ଘରେ ଲକ୍ଷ୍ମୀଙ୍କ ବାସ ରହିଥାଏ। ଏହାଛଡା ନୀଳ ଫୁଲ ଥିବା କ୍ରୁଷ୍ଣକାନ୍ତାର ବେଲ ଦ୍ୱାରା ଆର୍ଥିକ ସମସ୍ୟା ଶେଷ ହୋଇଯାଇଥାଏ। ଘରର ପୂର୍ବ ଦିଗରେ ଗୋଲାପ, ଚମ୍ପା, ମନ୍ଦାର, ଚମେଲୀ, ଦୁବ, ତୁଳସୀ ଆଦି ଗଛ ଲଗାଇବା ଉଚିତ। ଏହାଦ୍ୱାରା ଶତ୍ରୁନାସ, ଧନସଂପଦା ବ୍ରୁଦ୍ଧି ଏବଂ ସନ୍ତାନ ସନ୍ତତି ପ୍ରାପ୍ତ ହୋଇଥାଏ।

ଓଷ୍ଵତ୍ଥ ଗଛ

ଶ୍ମସାନ କୂଅରୁ ଜଳ ଆଣି ଓଷ୍ଵତ୍ଥ ଗଛରେ ଚଢ଼ାଇବା ଉଚିତ। ଏପରି ନିୟମିତ ଭାବରେ ୭ ଶନିବାରରେ କରିବା ଉଚିତ ଏବଂ ଶନିବାର ଦିନ ଓଶ୍ୱତ୍ଥ ଗଛ ତଳେ ଦିପ ଜଳାଇବା ଉଚିତ। ଏହି ଉପାୟ ଦ୍ୱାରା କରଜ ଠାରୁ ମୁକ୍ତି ମିଳିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button