ଏସିଡିଟିରୁ ମୁକ୍ତି ପାଇଁ ପିଅନ୍ତୁ ଏସବୁ ହର୍ବାଲ ଟି’, ଚୁଟ୍କିରେ ଦୂର ହେବ ଗ୍ୟାସ୍ ସମସ୍ୟା
ଦୈନନ୍ଦିନ ଜୀବନ ଓ ଆଧୁନିକ ଖାଦ୍ୟଶୈଳୀ ଯୋଗୁ ପେଟରେ ଏସିଡିଟି ଭଳି ସମସ୍ୟା ଦେଖାଦିଏ। ଏସିଡିଟି ହେଲେ ପେଟରେ ଗ୍ୟାସ୍ ହୋଇ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଆପଣ ବି ଯଦି ଏସିଡିଟି ସମସ୍ୟା ଭୋଗ କରୁଛନ୍ତି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଘରୋଇ ଉପାୟରେ ମଧ୍ୟ ଆପଣ ଚାହିଁଲେ ଏସିଡିଟି ଦୂର କରିପାରିବେ। ହର୍ବାଲ ଟି ଆପଣଙ୍କ ଗ୍ୟାସ୍ ସମସ୍ୟାକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେବ। ଆସନ୍ତୁ ଜାଣିବା ଏସିଡିଟି ଦୂର କରିବାକୁ କେଉଁ ହର୍ବାଲ ଚା’ ପିଇବା ଆବଶ୍ୟକ…
ଅଦା-ମହୁ ଚା’:

ଅଦା, ମହୁ ଓ ଲେମ୍ବୁକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ। ପେଟ ସମ୍ବନ୍ଧୀୟ ସମସ୍ତ ରୋଗରୁ ମୁକ୍ତି ଦେବାରେ ଏହି ହର୍ବାଲ ଟି’ ସାହାଯ୍ୟ କରେ। ମାତ୍ର ଏହି ଚା’ରେ କ୍ଷୀର ମିଶାଇବେ ନାହିଁ।
ପାନମଧୁରୀ ଚା’:

ଏସିଡିଟି ସମସ୍ୟାକୁ ଦୂର କରିବାରେ ପାନମଧୁରୀ ମଧ୍ୟ ବେଶ୍ ଲାଭକାରୀ ହୋଇଥାଏ। ଆପଣ ଏହାକୁ ନିଜ ସୁବିଧା ଅନୁସାରେ ଖାଇପାରିବେ। ଶରୀରକୁ ଶୀତଳ ରଖିବାରେ ଏହା ସାହାଯ୍ୟ କରେ। କେବଳ ଏତିକି ନୁହେଁ ବିନା କ୍ଷୀରରେ ପାନମଧୁରୀକୁ ଚା’ କରି ପିଇବା ଦ୍ୱାରା ମଧ୍ୟ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ପୋଦିନା ଚା’:

ଗ୍ୟାସ୍ ସମସ୍ୟାର ସମ୍ମୁଖୀନ ହେଉଥିଲେ ପୋଦିନା ବା ପିପରମିଣ୍ଟ ହେଉଛି ସବୁଠାରୁ ଭଲ ବିକଳ୍ପ। ଗ୍ୟାସ୍ ହେଉଥିଲେ ଏଥିରୁ ମୁକ୍ତି ପାଇଁ ଆପଣ ପୋଦିନାକୁ ଚା’ ଆକାରରେ ପିଇପାରିବେ। ପୋଦିନା ଚା’ ପେଟ ଓ ତଳିପେଟରେ ହେଉଥିବା ପୀଡ଼ାରୁ ମୁକ୍ତି ଦେଇଥାଏ।




