ରାଜ୍ୟ

ତମ୍ବା ନାଗ କାରିଗରଙ୍କୁ ପରିଶ୍ରମ ତୁଳନାରେ ମିଳୁନି ଉଚିତ ପ୍ରାପ୍ୟ

ବୋୖଦ୍ଧ: ରାତି ପାହିଲେ ଗାଁରେ ଶୁଭେ ଠକ ଠକ ଶବ୍ଦ । ତିଆରି ଚାଲିଥାଏ ତମ୍ବା ନାଗ ମୂର୍ତ୍ତି । ସକାଳୁ ସଞ୍ଜ ଯାଏଁ ଗାଁର ପଚାଶରୁ ଉର୍ଦ୍ଧ୍ବ ପରିବାର ନାଗ ମୂର୍ତ୍ତି ତିଆରିରେ ଲାଗି ଯାଆନ୍ତି । ତମ୍ବା ପାତିଆକୁ ନିଆଁରେ ତରଳାଇ ତିଆରି କରିଥାନ୍ତି ସୁନ୍ଦର ସୁନ୍ଦର ନାଗ ମୂର୍ତ୍ତି । ଛଅ ଇଞ୍ଚ ଠାରୁ ଆରମ୍ଭ କରି ଛଅ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ତିଆରି କରିଥାନ୍ତି ନାଗ ମୂର୍ତ୍ତି ।

ଏଇ ଦେଖୁନାହାଁନ୍ତି ନିଜ ହସ୍ତକଳାର ଯାଦୁରେ ତିଆରି ଏଇ ସବୁ ନାଗ ମୂର୍ତ୍ତି କେତେ ସୁନ୍ଦର ଦିଶୁଛି ।

ବୋୖଦ୍ଧ ଜିଲ୍ଲାରେ ହସ୍ତକଳାର ଏକ ଭିନ୍ନ ପରିଚୟ ରହିଛି । ଏଇ ହସ୍ତକଳା ଯୋଗୁଁ ସାଧାରଣ ଲୋକେ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ନିଜ କଳା ନିପୁଣତାର ପରିଚୟ ଦେଇ ଜିଲ୍ଲା ପାଇଁ ଗୌରବ ସୃଷ୍ଟି କରିପାରିଛନ୍ତି । ମୂର୍ତ୍ତି ତିଆରି କରିବାକୁ ସେମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ । ହେଲେ ତଥାପି ହସ୍ତକଳାକୁ ଜୀବନ ଜୀବିକାର ମାଧ୍ୟମ ଭାବରେ ବଞ୍ଚାଇ ରଖିଛନ୍ତି ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଗୁଡ ଭେଳିପଦର ଗାଁର ତମ୍ବା ନାଗ କାରିଗର । ହେଲେ ଏହି କାରିଗରୀମାନଙ୍କ ବେପାର ଦିନକୁ ଦିନ ବନ୍ଦ ହେବାରେ ଲାଗିଛି l ବର୍ତମାନ ବଜାରରେ କଞ୍ଚାମାଳ ଦର ବୃଦ୍ଧି ଯୋଗୁଁ ବହୁ କ୍ଷତି ସହିଛନ୍ତି କାରିଗର ମାନେ । କିନ୍ତୁ ତଥାପି ସେ ସେ ହାର୍‌ ମାନି ନାହାଁନ୍ତି । ଈଶ୍ୱର ବିଶ୍ୱାସ ନେଇ କେଉଁ ବାପ ଅଜା ଅମଳରୁ କରିଆସୁଥିବା ଏଇ ହସ୍ତକଳାକୁ ଛାଡିପାରୁନାହାନ୍ତି କାରୀଗର ।ଏନେଇ ପରିଶ୍ରମ ତୁଳନାରେ ଉଚିତ ପ୍ରାପ୍ୟ ମିଳୁନଥିବା କହିଛନ୍ତି କାରିଗର ।

ତମ୍ବା ନାଗ ପାଇଁ ଗୁଡଭେଳିପଦର ଗାଁର ବେଶ ନାଁ ରହିଛି । ମୂର୍ତ୍ତି ତିଆରି ପାଇଁ କଞ୍ଚାମାଲ ସବୁ କଲିକତା ଓ ବମ୍ବେରୁ ଆସିଥାଏ । ହେଲେ କଞ୍ଚାମାଲ ଆଣିବାରେ ମଧ୍ୟ ଅସୁବିଧା ହୋଇଛି । ତମ୍ବା ନାଗ ତିଆରି ପାଇଁ କାରିଗରମାନଙ୍କୁ ବାହାର ଜିଲ୍ଲାରେ ବିକ୍ରି କରିବାକୁ ପଡ଼ିଥାଏ । କାରୀଗରମାନଙ୍କ ପାଇଁ କୌଣସି ତାଲିମ ଦେବା ବ୍ୟବସ୍ଥା ନାହିଁ କି ବଜାର ବ୍ୟବସ୍ଥା ନାହିଁ । ଫଳରେ ପ୍ରୋତ୍ସାହନ ଅଭାବରୁ ଏଇ ହସ୍ତ ଶିଳ୍ପ ଧୀରେ ଧୀରେ କମି ଗଲାଣି । ଫଳରେ ସେମାନଙ୍କ ଜୀବନ ଜୀବିକା ଏବେ ସଂକଟରେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button