ରାଜ୍ୟ

ଆଜିର ଅନୁଚିନ୍ତା – Ibnodisha

[ad_1]

ଏହା ପ୍ରତ୍ୟେକଙ୍କ କ୍ଷେତ୍ରରେ ଘଟିଥାଏ ଯେ ଅର୍ଥ ପଛରେ ଯଦି ଆପଣ ଗୋଡାଉଛନ୍ତି ତାହାଲେ ନିଶ୍ଚୟ ଅନର୍ଥ ହୋଇଥାଏ । ସେହିପରି ଆପଣ ଯଦି ନାରୀଙ୍କ ପଛରେ ଗୋଡାଉଛନ୍ତି ତାହାଲେ ଅଦ୍ଧକାର ମାଡିଆସେ, ଆଉ ଯଦି ମରିଚିକା ପଛରେ ଗୋଡାଉଛନ୍ତି ତାହାଲେ ଶୋଷରେ ମରିବାକୁ ପଡେ, ଯଦି ସ୍ବାର୍ଥ ପଛରେ ଗୋଡାଉଛନ୍ତି ତାହାଲେ ଲଜ୍ଜା ଓ ଅପମାନ ସହିବାକୁ ପଡେ, ଆଉ ବିଦ୍ୟା ପଛରେ ଗୋଡାଇଲେ ଜ୍ଞାନ ବଢେ, ସେହିପରି ଧର୍ମ ପଛରେ ଗୋଡାଇଲେ ପୂଣ୍ୟ ବଢ଼ିଥାଏ, ସତ୍ୟ ପଛରେ ଯଦି ଗୋଡାଉଛନ୍ତି ତାହାଲେ ନିଜ ଆତ୍ମାକୁ ଶାନ୍ତି ମିଳିଥାଏ, ଆଉ ଯଦି ମିଛ ପଛରେ ଗୋଡାଉଛନ୍ତି ତାହାଲେ ପାପ ଓ ଅସାନ୍ତି ବଢ଼ିଥାଏ ।।

ଯେପରି ଦୁଧ,ଦହି,ଛେନା,ଘିଅ ସବୁ ଗୋଟିଏ ଜାତିର ହୋଇଥିଲେ ମଧ୍ୟ ସେମାନଙ୍କ ମୂଲ୍ୟ ଅଲଗା ଅଲଗା ହୋଇଥାଏ, କାରଣ”ଶ୍ରେଷ୍ଠତା”ଜନ୍ମରୁ ନୁହେଁ ନିଜର କର୍ମ କଳା ଏବଂ ନିଜର ଗୁଣରୁ ପ୍ରାପ୍ତ ହୋଇଥାଏ।

ଯୋଗିନୀ ଐଶାନ୍ୟେ । ରାତ୍ରି ଘ୨।୫୬ ଗତେ ପୂର୍ବେ ଯାତ୍ରା ନାସ୍ତି । ଦିବା ଘ୩।୬ ଗତେ ଉଗ୍ରଦେବତା ପ୍ରତିଷ୍ଠା,ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ଦିବା ଘ୯।୨୯ ଗତେ ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଅଶ୍ଵିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଲେଷା ମଘାଃ ଉତ୍ତରାଫଃ ଚିତ୍ରା ବିଶାଖା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତବାର । ଦିବା ଘ୨।୫୫ ଗତେ ଘ୬।୩ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୬ ଗତେ ଘ୧।୧୩ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୯।୨୯ ଗତେ ମଧ୍ୟେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ I ନାରୀକେଳ (ନଡ଼ିଆ) ଭକ୍ଷଣ ନିଷେଧ ।
(ଅମୃତ) ରାତ୍ରି ଘ୧।୧୫ ଗତେ ଘ୩।୩୯ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୭।୯ ମଧ୍ୟେ ଘ୧୦।୨୧ ଗତେ ଘ୧୨।୪୫ ମଧ୍ୟେ ।
ରାଶି ଫଳ

ମେଷ: ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯିଏ ଭବିଷ୍ୟତରେ ସାହାଯ୍ୟ କରିବେ। ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ। ଅଫିସରେ ପଦୋନ୍ନତିର ସୁଯୋଗ ରହିଛି।

ବୃଷ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: ଚାକିରି ପାଇଁ ପ୍ରୟାସ କରିଆସୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ଜୀବନସାଥୀଠୁଁ ଉପହାର ପାଇପାରନ୍ତି। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କର୍କଟ: ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ଲେଖକଙ୍କ ବିଚାର ପ୍ରଶଂସିତ ହେବ।

ସିଂହ: ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। କାରବାର ବୃଦ୍ଧି ପାଇଁ ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରହିବ।

କନ୍ୟା: ଆପଣଙ୍କ ମନରେ ନୂଆ ବିଚାର ଉତ୍ପନ୍ନ ହେବ। କାରବାରରେ ପରିବର୍ତ୍ତନ ଆଣି ସଫଳତା ପାଇବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ।

ତୁଳା: ରାଜନୀତିକ ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଆପଣ ଧୈର୍ଯ୍ୟଧରି କାମ କରିବା ଆବଶ୍ୟକ। ପ୍ରେମ ସଂପର୍କରେ ମଧୁରତା ଆସିବ।

ବିଛା: ଅଫିସରେ ମନପ୍ରାଣ ଢ଼ାଳି କାମ କରିବେ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଛାତ୍ରୀମାନେ ମନ ଲଗାଇ ଅଧ୍ୟୟନ କରିବେ।

ଧନୁ: ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ଫଳପ୍ରଦ ସାବ୍ୟସ୍ତ ହେବେ। କିଣାବିକା ବେଳେ ସାବଧାନ ରହନ୍ତୁ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇବେ।

ମକର: ବ୍ୟବସାୟରେ ଲାଗିଥିବା ପାଣ୍ଠିରୁ ଲାଭ ହୋଇପାରେ। ମନର କଥା ଅନ୍ୟମାନଙ୍କୁ କହି ଆଶ୍ବସ୍ତ ଅନୁଭବ କରିବେ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ।

କୁମ୍ଭ: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ସୁଧୁରିବ। ଜମି ଦଲାଲଙ୍କ ଲାଗି ଦିନଟି ଭଲ।

ମୀନ: ଆପଣଙ୍କ ଭିତରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ରାଜ୍ୟ ବାହାରେ ଚାକିରିର ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ। ପରିବାରରେ ଖୁସିର ବାତାବରଣ ରହିବ।

The post ଆଜିର ଅନୁଚିନ୍ତା appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button