ଦେଶ

କୁନୋ’ରେ ୩ ନୂଆ ଅତିଥି; ୩ ଶାବକଙ୍କୁ ଜନ୍ମଦେଲା ଚିତା ଜ୍ୱାଳା – Ibnodisha

[ad_1]

ଭୋପାଳ: ମଙ୍ଗଳବାର କୁନୋ ଜାତୀୟ ଉଦ୍ୟାନରେ ୩ ଶାବକଙ୍କୁ ଜନ୍ମଦେଇଛି ଜ୍ୱାଳା ନାମକ ଏକ ଚିତା । ଏଥିସହ କୁନୋ’କୁ ୩ ନୂଆ ଅତିଥି ମିଳିଯାଇଛନ୍ତି । ଗତ ଦେଢ଼ ବର୍ଷ ମଧ୍ୟରେ କୁନୋ ଜାତୀୟ ଉଦ୍ୟାନରୁ ୧୦ ଚିତାଙ୍କ ଅସ୍ୱାଭାବିକ ମୃତ୍ୟୁ ଖବର ଦେଶବାସୀଙ୍କୁ ଗଭୀର ଆଘାତ ଦେଇଥିବା ବେଳେ ଏହି ୩ ନୂଆ ଅତିଥିଙ୍କ ଖବର ସମସ୍ତଙ୍କ ମୁହଁରେ ହସ ଓ ଖୁସି ଭରିଦେଇଛି । କୁନୋ ଜାତୀୟ ଉଦ୍ୟାନର ସମସ୍ତ କର୍ମଚାରୀ ମଧ୍ୟ ଖୁସିରେ ଆତ୍ମହରା ହୋଇପଡିଛନ୍ତି ।

କୁନୋ ଜାତୀୟ ଉଦ୍ୟାନ ପକ୍ଷରୁ ଆସିଥିବା ରିପୋର୍ଟ ଅନୁସାରେ ଜ୍ୱାଳା ଚିତା ଜନ୍ମଦେଇଥିବା ୩ ଶାବକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରାଯାଇଛି । ଏମାନେ ସୁସ୍ଥ ରହିଥିବା ଡାକ୍ତରୀଦଳ ସ୍ପଷ୍ଟ କରିଛନ୍ତି । ତେବେ ଏହାପୂର୍ବରୁ ମଧ୍ୟ ଜ୍ୱାଳା ୪ଶାବକଙ୍କୁ ଜନ୍ମ ଦେଇଥିବା ବେଳେ ସେଥିମଧ୍ୟରୁ ୩ ଶାବକଙ୍କ ମୃତ୍ୟୁ ହୋଇଯାଇଥିଲା । ସେହିପରି ଅନ୍ୟତମ ଚିତା ଆଶା ମଧ୍ୟ ୪ଟି ଶାବକକୁ ଜନ୍ମ ଦେଇଥିବା ବେଳେ ଗୋଟିଏ ଶାବକର ମୃତ୍ୟୁ ହୋଇଯାଇଛି । ତେବେ ମଙ୍ଗଳବାର ଜନ୍ମିତ ଏହି ୩ ନୂଆ ଶାବକଙ୍କୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ମୋଟ୍ ଚିତାଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଏଥିରେ ୭ଟି ଶାବକ ଚିତା ରହିଛନ୍ତି ।

କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଧ୍ୟ ଏସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କୁନୋ ଜାତୀୟ ଉଦ୍ୟାନ ଏବେ ନୂଆ ଅତିଥିଙ୍କୁ ପାଇ ବେଶ୍ ଖୁସି । ଦେଶବାସୀ ମଧ୍ୟ ଏସମ୍ପର୍କରେ ଅବଗତ ହେବା ପରେ ଖୁସି ବ୍ୟକ୍ତ କରୁଛନ୍ତି । ଏଥିପାଇଁ କୁନୋ ଜାତୀୟ ଉଦ୍ୟାନର ସମସ୍ତ କର୍ମଚାରୀ ଏବଂ କର୍ତ୍ତୃପକ୍ଷଙ୍କୁ ସେ ଶୁଭେଚ୍ଛା ମଧ୍ୟ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ୨୦୨୦ରୁ ଆଫ୍ରିକୀୟ ରାଷ୍ଟ୍ର ନାମ୍ବିଆରୁ ଚିତା ଆଣି କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିଲା । ଏହାପରେ ଦକ୍ଷିଣଆଫ୍ରିକାରୁ ମଧ୍ୟ କେତେକ ଚିତାଙ୍କୁ ଭାରତ ଅଣାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନ ସୁଦ୍ଧା କିଛି ଶାବକ ଚିତାଙ୍କୁ ମିଶାଇ ୧୦ ଚିତା ପ୍ରାଣ ହରାଇସାରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button