ଦେଶ

ବିହାରରେ ୮୭୭୪ ସିମ୍ କାର୍ଡ ଜବତ – Ibnodisha

[ad_1]

ଗୋପାଳଗଞ୍ଜ: ବିହାରର ଗୋପାଳଗଞ୍ଜ ଅଞ୍ଚଳରୁ ପ୍ରାୟ ୮୭୭୪ଟି ମୋବାଇଲ୍ ସିମ୍‌କାର୍ଡ ଏବଂ ପ୍ରାୟ ୧୮ ହଜାର ନେପାଳୀ ମୁଦ୍ରା ଜବତ କରାଯାଇଛି । ଗତ ୫ ତାରିଖରେ ଗୋପାଳଗଞ୍ଜର କୁଚାଇକୋଟ୍ ଥାନା ପୁଲିସ୍ ଉତ୍ତରପ୍ରଦେଶ-ବିହାରର ବାଲଥରୀ ଚେକ୍‌ପୋଷ୍ଟରେ ଚେକିଂ ଚାଲିଥିବା ବେଳେ ଏକ କାର୍ ମଧ୍ୟରୁ ଏସବୁ ସାମଗ୍ରୀ ଠାବ କରାଯାଇଥିଲା । ଫଳରେ କାର୍‌ରେ ଥିବା ୩ଜଣଙ୍କୁ ପୁଲିସ୍ ଗିରଫ କରିଛି । ଅନ୍ୟପକ୍ଷେ ଗିରଫ ଯୁବକମାନେ ନିଜକୁ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ସ୍ଥାୟୀ ନାଗରିକ ଭାବେ ଦର୍ଶାଇଛନ୍ତି । କିନ୍ତୁ ନିଜ ପରିଚୟ ସମ୍ପର୍କରେ କୌଣସି ସଠିକ୍ ପ୍ରମାଣ ଦେଇପାରିନାହାନ୍ତି । ସୁତରାଂ ବାସ୍ତବରେ ଏମାନେ ପଶ୍ଚିମବଙ୍ଗର ସ୍ଥାୟୀବାସିନ୍ଦା ନା ବାଂଲାଦେଶୀ ନାଗରିକ ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ନେପାଳର କାଠମାଣ୍ଡୁ ସହରରୁ ଏକ ବଡ଼ ନେଟୱାର୍କ ଏସବୁ ପଛରେ କାମ କରୁଥିବା ମଧ୍ୟ ପ୍ରମାଣ ମିଳିଛି । ସୁତରାଂ ଏସବୁ କାର୍ଯ୍ୟକ୍ରମରେ ଶତ୍ରୁ ରାଷ୍ଟ୍ର ଚୀନ୍‌ର ସମ୍ପୃକ୍ତି ଥିବା ଆଶଙ୍କାକୁ ମଧ୍ୟ ଏଡାଯାଇପାରୁନାହିଁ ।

ରିପୋର୍ଟ ଅନୁସାରେ ପ୍ରାଥମିକ ତଦନ୍ତରୁ ଏସବୁ ସିମ୍‌କାର୍ଡଗୁଡ଼ିକୁ ଦିଲ୍ଲୀରୁ ବିମାନ ଯୋଗେ ଗୋରଖପୁର ବିମାନବନ୍ଦର ଯାଏ ଅଣାଯାଇଥିଲା । ପରେ ଏସବୁ ସିମ୍‌କାର୍ଡକୁ ଗିରଫ ହୋଇଥିବା ୩ଜଣ ଯୁବକ ଗୋରଖପୁର ବିମାନବନ୍ଦରରୁ ରିସିଭ୍ କରିଥିଲେ ଏବଂ ଏକ କାର୍‌ଯୋଗେ ଉତ୍ତରପ୍ରଦେଶ ଅଭିମୂଖେ ଯାଉଥିବା ବେଳେ ଧରା ପଡିଥିଲେ । ତେବେ ୨୦୨୪ ଲୋକସଭା ନିର୍ବାଚନରେ ବ୍ୟବହାର କରାଯିବା ଉଦ୍ଦେଶ୍ୟରେ ଏତେ ପରିମାଣର ସିମ୍ କାର୍ଡ ସବୁ ଆସିଥିବା ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏହି ଘଟଣାରେ ଅର୍ଥନୈତିକ ଅପରାଧ ୟୁନିଟ୍ (ଇଓୟୁ) ଏବଂ ବିହାର ଏଟିଏସ୍‌୍ ଭଳି ତଦନ୍ତ ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ କରିଥିବା ବେଳେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏସବୁ ସାମଗ୍ରୀକୁ ଏଠାକୁ ଆଣିଛି ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗିରଫ ୩ ଯୁୁବକ କିନ୍ତୁ ତଦନ୍ତକାରୀଙ୍କୁ ଦେଇଥିବା ବୟାନ୍ ଅନୁସାରେ ଏସବୁ ସିମ୍‌କାର୍ଡକୁ ସାଇବର ଠକେଇ କାମ ପାଇଁ ବ୍ୟବହାର କରାଯାଉଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button