ଦେଶ
ବିଦ୍ୟୁତ୍ ବିଭାଗର ନିଆରା ଦାୟିତ୍ୱବୋଧ; ୫ ହଜାର ବିଲ୍ ପାଇଁ ୧୯୭ କୋଟିର ରସିଦ – Ibnodisha

[ad_1]
ଗୋରଖପୁର: ଉତ୍ତର ପ୍ରଦେଶରେ ଜଣେ ମହିଳା ବିଦ୍ୟୁତ୍ ବିଲ୍ ବାବଦରେ ୫ ହଜାର ଟଙ୍କା ପୈଠ କରିଥିବାବେଳେ ତାଙ୍କୁ ୧୯୭ କୋଟି ଟଙ୍କାର ରସିଦ୍ ମିଳିଛି । ଏତେ ପରିମାଣର ରସିଦ ପାଇବାପରେ ମହିଳା ଜଣକ ଆଶ୍ଚର୍ଯ୍ୟାନ୍ୱିତ ହୋଇପଡିଛନ୍ତି । ତେବେ ଖୋଳତାଡ ହେବାପରେ ଏହା ବିଦ୍ୟୁତ୍ ବିଭାଗ କ୍ୟାସିୟରଙ୍କ ଦାୟିତ୍ୱହୀନତା ବୋଲି ଜଣାପଡିଛି ।
କମ୍ପ୍ୟୁଟରରେ ଏଣ୍ଟ୍ରି କରିବା ସମୟରେ କ୍ୟାସିୟର ଜଣକ ଭୁଲ୍ରେ ଜମା ଅର୍ଥ ପୈଠ ସ୍ଥାନରେ ଉପଭୋକ୍ତାଙ୍କ ୧୦ ସଂଖ୍ୟା ବିଶିଷ୍ଟ କନ୍ଜ୍ୟୁମର ନମ୍ବର ଏଣ୍ଟ୍ରି କରିଥିଲେ । ଯାଞ୍ଚ ପରେ ଲକ୍ଷ୍ନୌସ୍ଥିତ ହେଡ୍କ୍ୱାର୍ଟରରେ ଏହି ତ୍ରୁଟିକୁ ସଂଶୋଧନ କରାଯାଇଛି ।
[ad_2]




