ଦେଶ

ଦୁଇ ଭିକାରୁଣୀ ଙ୍କର ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ପୋଲିସ, ଜଣେ ଲଣ୍ଡନର ଆକାଉଣ୍ଟ ଅଫିସର ତ ଅନ୍ୟ ଜଣଙ୍କ ପାଖରେ ଆମେରିକାର ଗ୍ରୀନ କାର୍ଡ, ଆଉ ତା ପରେ

ଯେତବେଳେ ଆମେ ରାସ୍ତା ଉପରେ କୌଣସି ଭିକାରିକୁ ଦେଖିଥାଉ ସେତେବେଳେ ଆମକୁ ଲାଗେ କି ସେମାନେ ପାଠ ପଢି ନାହାଁନ୍ତି ସେମାନେ ଅଭାବ ପାଇଁ ରାସ୍ତା ଉପରେ ଭିକ ମାଗୁଛନ୍ତି । ଏହି ଭିକାରି ମାନଙ୍କର ଚେହେରାକୁ ଦେଖି ଆମ ହୃଦୟ ତରଳି ଯାଇଥାଏ ଏବଂ ଆମେ ତାଙ୍କୁ କିଛି ପଇସା ଦେଇଥାଉ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସବୁ ଭିକାରି ମାନେ ମୂର୍ଖ ହୋଇ ନଥାନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକ ବହୁତ ପଇସା କମାଇ ଥାଆନ୍ତି । ଆମେ ଆପଣଙ୍କୁ ପ୍ରଥମରୁ ବହୁତ ଭିକାରୀଙ୍କ ବିଷୟରେ କହିସାରିଛୁ ଯିଏ ଏହି ଧନ୍ଦାରୁ ବହୁତ ପଇସା କମାଇ ଥାନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଦୁଇଜଣ ଭିକାରୁଣୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ କାହାଣୀ ବହୁତ ହଟ ଅଟେ । ଏହି ଭିକାରୁଣୀଙ୍କ ଭିତରୁ ଜଣଙ୍କ ପାଖରେ ଆମେରିକାର ଗ୍ରୀନ କାର୍ଡ ଅଛି ଏବଂ ଅନ୍ୟ ଜଣେ ଲଣ୍ଡନର ଆକାଉଣ୍ଟ ଅଫିସର ଭାବେ କାମ କରି ସାରିଛନ୍ତି । ତାହେଲେ ଏମିତି କଣ ପରିସ୍ଥିତି ଆସିଗଲା ଯେଉଁଥି ପାଇଁ ସେ ଦୁଇଜଣ ହାଇଦ୍ରାବାଦର ରାସ୍ତାରେ ଭିକ ମାଗୁଛନ୍ତି । ଆସନ୍ତୁ ଜାଣିବା ସେହି ବିଷୟରେ ।

 

ହାଇଦ୍ରାବାଦରେ ପୋଲିସ ହାଇଦ୍ରାବାଦର ରାସ୍ତା ଉପରେ ପ୍ରତିଦିନ ଅପରେସନ କରୁଥିଲେ । ସେହି ସମୟରେ ସେମାନଙ୍କର ଦେଖା ଦୁଇଜଣ ଏମିତି ଭିକାରୁଣୀଙ୍କ ସହିତ ହେଲା ଯାହା ବିଷୟରେ ଜାଣିବା ପରେ ସେମାନେ ସ୍ତବ୍ଦ ହୋଇ ରହିଗଲେ । ଏହି ଦୁଇଜଣ ଭିକାରୁଣୀ ଇଂରାଜୀ କହୁଥିଲେ । ସେମାନଙ୍କ ଭିତରୁ ପ୍ରଥମ ଭିକାରୁଣୀର ନାମ ଫରଜାନା ଅଟେ ଯିଏ ଗୋଟିଏ ଦରଗାହ ବାହାରେ ଭିକ ମାଗିଥାଏ । ଏହି ଭିକାରୁଣୀ ପାଖରେ MBA ର ଡିଗ୍ରୀ ଅଛି ଏବଂ ସେ ଲଣ୍ଡନ ର ଆକାଉଣ୍ଟ ଅଫିସର ଭାବେ କାମ କରି ସାରିଛି ।

ହାଇଦ୍ରାବାଦରେ ଫରଜାନର ଗୋଟିଏ ବଙ୍ଗଳା ବି ଅଛି । ତା ପୁଅ ଆମେରିକାରେ ଆର୍କିଟିଙ୍ଗ କାମ କରୁଛି । ଫରଜାନ ର ପୁଅ କହିଛନ୍ତି କି ତାଙ୍କ ମାଆଙ୍କୁ ଜଣେ ବାବା କହିଥିଲେ କି ଯଦି ତୁମେ ରାସ୍ତାରେ ଭିକ ମାଗିବ ତାହେଲେ ତୁମର ଦୁର୍ଭାଗ୍ୟ ଚାଲିଯିବ । ଏହି କାରଣରୁ ଫରଜାନ ଭିକ ମାଗୁଛନ୍ତି ।

ଦିତୀୟ ଭିକାରୁଣୀର ନାମ ରବିୟା ବସେରା ଅଟେ । ଏହି ମହିଳାଙ୍କ ପାଖରେ ଆମେରିକାର ଗ୍ରାନ କାର୍ଡ ଅଛି । ସେ କହିଛନ୍ତି କି ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଧୋକା ଦେଇ ତାଙ୍କର ସବୁ ସମ୍ପତି ନେଇ ଯାଇଛନ୍ତି ଯେଉଁ କାରଣରୁ ତାଙ୍କୁ ଭିକ ମାଗିବାକୁ ପଡୁଛି । ରବିୟାଙ୍କ ଏହି କାହାଣୀ ଶୁଣି ପୋଲିସ ମାନେ ବି କାନ୍ଦି ପକାଇଲେ । ପୋଲିସ ତାଙ୍କୁ ରିହାବ ସେଣ୍ଟରକୁ ପଠାଉଥିଲେ କିନ୍ତୁ ଖବର ପାଇ ତାଙ୍କର କିଛି ସମ୍ପର୍କୀୟ ଆସିଲେ ଏବଂ କହିଲେ ଏବେ ସେମାନେ ରବିୟାଙ୍କର ଧ୍ୟାନ ରଖିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button