ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ୫ ଶିଶୁ ମୃତ – Ibnodisha
[ad_1]
ପାଟନା: ବିହାର କୈମୁର ଜିଲ୍ଲାର ରାମପୁର ଉପଖଣ୍ଡ ଅନ୍ତର୍ଗତ ଏକ ଗ୍ରାମରେ ପୋଖରୀରେ ବୁଡିଯାଇ ୫ ଶିଶୁଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତ ଶିଶୁ ସ୍ଥାନୀୟ ଅଞ୍ଚଳର । ସେମାନେ ଖେଳିବାକୁ ଯାଇ କିମ୍ବା ଗାଧୋଇବା ବେଳେ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରାଯାଉଛି । ସେମାନେ ଗ୍ରାମ ନିକଟବର୍ତ୍ତୀ ଏକ ପୋଖରୀ ନିକଟରେ ଥିବା ସମୟରେ ସେମାନଙ୍କୁ ଶେଷ ଥର ପାଇଁ ଗ୍ରାମବାସୀ ଦେଖିଥିଲେ । ହେଲେ କିଛି ଘଣ୍ଟା ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବା କାରଣରୁ ସେମାନଙ୍କୁ ଘର ଲୋକେ ଖୋଜିବା ଆରମ୍ଭ କରିଥିଲା । ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ନିମିଳିବା କାରଣରୁ ସେମାନେ ପୋଖରୀରେ ବୁଡି ଯାଇଥିବା ସନ୍ଦେହ ପ୍ରକାଶ ପାଇଥିଲା ।
ପୋଲିସ ଓ ଅଗ୍ନିଶମ ଟିମକୁ ସୂଚନା ଦିଆଯାଇଥିଲା । ସ୍ଥାନୀୟ ଗ୍ରାମବାସୀ ଓ ଫାଏର ଟିମ୍ ପୋଖରୀରେ କିଛି ସମୟ ଖୋଜାଖୋଜି କରିଥିଲେ । ଶିଶୁମାନେ ଏହି ପୋଖରୀରେ ବୁଡିଯାଇଥିବା ସ୍ପଷ୍ଟ ହେବା ପରେ ଜାଲ ବିଛାଯାଇ ସେମାନଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ଜାଲ ବିଛାଇ ସମସ୍ତ ୫ ଶିଶୁଙ୍କ ମୃତଦେହ ଉଦ୍ଧାର କରିବାରେ କରିବାରେ ସଫଳ ହୋଇଥିଲା ଉଦ୍ଧାରକାରୀ ଟିମ । ପୋଲିସ ସମସ୍ତ ମୃତଦେହ ଜବତ କରି ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଶିଶୁଙ୍କ ମଧ୍ୟରେ ସ୍ଥାନୀୟ ଗ୍ରାମବାସୀ ସୁଶୀଲ କୁମାରଙ୍କ ୧୨ ବର୍ଷୀୟା କନ୍ୟା ଅନୁପ୍ରିୟା, ୧୦ ବର୍ଷୀୟା କନ୍ୟା ଅଂଶୁପ୍ରିୟା, ୯ ବର୍ଷୀୟା କନ୍ୟା ଅପୂର୍ବପ୍ରିୟା ଓ ସୁନୀଲ କୁମାରଙ୍କ ୮ ବର୍ଷୀୟା କନ୍ୟା ମଧୁପ୍ରିୟାଙ୍କ ସମେତ ରୋହତାସ ଜିଲ୍ଲାର ଧନକଡା ନିବାସୀ ୧୧ ବର୍ଷୀୟ ଅମନ କୁମାର ବୋଲି ଜଣାପଡିଛି । ସମସ୍ତଙ୍କ ବୟସ ୧୨ ବର୍ଷ ମଧ୍ୟରେ । ହସ୍ପିଟାଲରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
[ad_2]