ଦେଶ

ମୁଡ୍‌ ଅଫ୍‌ ଦି ନେସନ ସର୍ଭେ: ୫୨% ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଛନ୍ତି – Ibnodisha

[ad_1]

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ହେବାକୁ ଆଉ ମାତ୍ର ଅଳ୍ପ ମାସ ବାକି ଅଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅନ୍ୟମାନଙ୍କ ଠାରୁ ଆଗରେ ରହିଛି। ଇଣ୍ଡିଆ ଟୁଡେ-ସି ଭୋଟର ପକ୍ଷରୁ ହୋଇଥିବା ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେରେ ଭାଗ ନେଇଥିବା ୫୨ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ଏମାନେ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଗ୍ରହୀ।

ଉକ୍ତ ସର୍ଭେର ଅଗଷ୍ଟ ସଂସ୍କରଣରୁ ଜଣାଯାଇଛି ଯେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ୬୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି। ତେବେ କିଛିମାସ ପୂର୍ବରୁ ହୋଇଥିବା ସର୍ଭେରେ ୭୩ ପ୍ରତିଶତ ଲୋକ ମୋଦୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ‌କହିଥିଲେ। ଏବେ ୧୩ ପ୍ରତିଶତ ଲୋକଙ୍କ ମତ ହେଲା ମୋଦୀଙ୍କ ପ୍ରଦର୍ଶନ ହାରାହାରି ଏବଂ ୨୨ ପ୍ରତିଶତ ଲୋକଙ୍କ ମତ ହେଲା ମୋଦୀଙ୍କ ପ୍ରଦର୍ଶନ ଦୁର୍ବଳ। ସର୍ଭେରେ ଭାଗ ନେଇଥିବା ଅନ୍ୟମାନେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇପାରିନାହାନ୍ତି। ଏଥିସହିତ ୪୪ ପ୍ରତିଶତ ଲୋକ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସେମାନେ ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେବେ। ବିଜେପି ସରକାରଙ୍କୁ ଭୋଟ ଦେବାର ଦ୍ବିତୀୟ ଓ ତୃତୀୟ ବଡ଼ କାରଣ ହେଲା ଯଥାକ୍ରମେ ବିକାଶ ଏବଂ ହିନ୍ଦୁତ୍ବ। ବିକାଶ ପାଇଁ ୨୨ ପ୍ରତିଶତ ଏବଂ ହିନ୍ଦୁତ୍ବ ପାଇଁ ୧୪ ପ୍ରତିଶତ ଲୋକ ବିଜେପିକୁ ଭୋଟ ଦେବେ ବୋଲି ସର୍ଭେରେ କୁହାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ୧୬ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ଚଳିତବର୍ଷ ଜାନୁଆରି ସଂସ୍କରଣ ମୁଡ୍‌ ଅଫ୍‌ ଦି ନେସନ ସର୍ଭେରେ ୧୪ ପ୍ରତିଶତ ଲୋକ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଥିବା‌ବେଳେ ଏଥିରେ ସାମାନ୍ୟ ଉନ୍ନତି ଆସିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button