ଦେଶ

ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଜଳିଲା ବିଲ୍ଡିଂ – Ibnodisha

[ad_1]

 ଅହମ୍ମଦାବାଦ : ଗ୍ୟାସ୍‌ ଲଗାଇ ପାଣି ଗରମ କରିବାକୁ ଯାଇଥିଲେ ମହିଳା। ମାତ୍ର ହଠାତ୍‌ ଗ୍ୟାସ୍‌ ବିସ୍ଫୋରଣ ହେଲା। ଏଥିରେ ଏକ ପରିବାରର ୪ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ ଗତକାଲି ଗୁଜରାଟ ରାଜଧାନୀ ଅହମ୍ମଦାବାଦର ଖୋଖରା ଅଞ୍ଚଳରେ ଘଟିଛି। ଖୋଖରା ଅଞ୍ଚଳରେ ଥିବା ଏକ ତିନି ମହଲା ବିଲ୍ଡିଂ ତୃତୀୟ ମହଲାରେ ଗତକାଲି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏକ ଫ୍ଲାଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ନିଆଁ ଲାଗି ଯିବାରୁ ତାହା ଆଖି ପିଛୁଳାକେ ଚାରି ଆଡ଼େ ବ୍ୟାପି ଯାଇଥିଲା। ନିଆଁ କବଳରେ ପଡ଼ି ଉକ୍ତ ପରିବାରର ୪ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଏହାଦେଖି ଅନ୍ୟମାନେ ତୁରନ୍ତ ପ୍ରାଣ ବିକଳରେ ବିଲ୍ଡିଂ ବାହାରକୁ ଚାଲି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ତୁରନ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

The post ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଜଳିଲା ବିଲ୍ଡିଂ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button