ଦେଶ

ଟଙ୍କା ପାଇଁ ଜେଜେ ମା’କୁ ହତ୍ୟା କଲା ନାତି – Ibnodisha

[ad_1]

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌ ୯୦ ବର୍ଷର ଜଣେ ବୃଦ୍ଧାଙ୍କୁ ତାଙ୍କ ନାତି ହତ୍ୟା କରିଛି । ଏହି ଘଟଣା ଉପରୁ ପର୍ଦା ଉଠାଇଛି ପୋଲିସ । ତେବେ ତାଙ୍କ ହତ୍ୟା କିଛି ଟଙ୍କା ପାଇଁ ହୋଇଥିବା ପୋଲିସ କହିଛି । ତେବେ ସୂଚନା ଅନୁସାରେ ୨୨ ବର୍ଷର ମାନସ ଯେ ବୃଦ୍ଧାଙ୍କ ନାତି ଯିଏ ସବୁବେଳେ ମଦ ପିଅନ୍ତି । ଏହା ଛଡା ସେ ସବୁବେଳେ ତାଙ୍କ ଜେଜେ ମା’ ପାଖକୁ ଟଙ୍କା ମାଗିବାକୁ ଯାଆନ୍ତି । ରବିବାରକୁ ମଧ୍ୟ ସେ ତାଙ୍କ ଜେଜେ ମା’ଙ୍କୁ ଟଙ୍କା ମାଗିବାକୁ ଯାଇଥିଲେ । କିନ୍ତୁ ଜେଜେ ମା’ ଯେତେବେଳେ ଟଙ୍କା ଦେବାକୁ ମନା କରିଥିଲେ ସେତେବେଳେ ମାନସ ତାଙ୍କ ଜେଜେ ମା’ଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଏହା ପରେ ମାନସ ତାଙ୍କ ଜେଜେ ମା’ଙ୍କ ହାତରୁ ସୁନାର ଚୁଡି ଖୋଲି ନେଇଥିଲେ ।

ଏହା ସହିତ ଘରେ ଥିବା ୨୫୦୦ ଟଙ୍କା ନେଇ ସେଠାରୁ ଫେରାର ହୋଇଥିଲେ । ଡିସିପିଙ୍କ କହିବା ଅନୁସାରେ, ମାନସ ପୋଲିସଠାରୁ ନିଜକୁ ରକ୍ଷା କରିବା ପାଇଁ ନୂଆ ସିମ କାର୍ଡ ବ୍ୟବହାର କରୁଥିଲା । କିନ୍ତୁ ପୋଲିସ ମୋବାଇଲର ଇଏମଆଇ ନମ୍ବର ଦ୍ୱାରା ତାଙ୍କୁ ଖୋଜିଥିଲେ । ଯେତେବେଳେ ପୋଲିସ ତାଙ୍କୁ ଖୋଜିଥିଲେ ସେତେବେଳେ ସେ ପୋଲିସକୁ ମଧ୍ୟ ଧରା ଦେଇ ନଥିଲେ । ଏବଂ ଧରା ଦେବା ପରେ କହିଥିଲେ ସେ କହିଥିଲେ ସେ ତାଙ୍କ ଜେଜେ ମା’ଙ୍କ ହତ୍ୟା କରି ନାହାଁନ୍ତି । କିନ୍ତୁ ପୋଲିସ ଯେତେବେଳେ ତାଙ୍କ ଟିସାର୍ଟ ଉପରେ ରକ୍ତର ଛିଟା ଦେଖିଥିଲେ ସେତେବେଳେ ପୋଲିସର ସଦେହ ବଢିଥିଲା ଏହା ପରେ ପୋଲିସ ତାଙ୍କୁ ପଚରା ଉଚରା କରିଥିଲା । ମାନସ ସବୁ କଥା ମାନିଥିଲେ ଏବଂ ନିଜ ଦୋଷ ଶିକାର କରିଥିଲେ । ମାନସଙ୍କ କହିବା ଅନୁସାରେ ଜେଜେ ମା’ ତାଙ୍କୁ ମଦ ପିଇବାକୁ ଟଙ୍କା ଦେଉନଥିଲେ । ସେଥି ପାଇଁ ସେ ତାଙ୍କ ଜେଜେ ମା’କୁ ମାରିଥିଲେ ।

ପୋଲିସ ତାଙ୍କ ନିକଟରୁ ସୁନାର ଚୁଡି ଏବଂ ୧୮୫୦ ଟଙ୍କା ଜବତ କରିଛି । ଏହା ଛଡା ପୋଲିସ ମାନସଙ୍କ ପାଖରୁ ଏକ ଡାଏରୀ ଜବତ କରିଛି ଯେଉଁଥିରେ ମାନସ ସାୟରୀ ଲେଖୁଥିଲେ । କିନ୍ତୁ ସନ୍ଧ୍ୟାରେ ସେ ଫୋନ ଉଠାଇ ନଥିଲେ । ଅନେକ ଥର ଫୋନ କରିବା ପରେ ପରିବାର ଲୋକ ପଡୋଶୀଙ୍କୁ ଫୋନ କରିଥିଲେ । ପହୋଶୀ ଲୋକ ଯେତେବେଳେ ତାଙ୍କ ଘରକୁ ଯାଇଥିଲେ ସେତେବେଳେ ସେମାନେ ଦେଖିଥିଲେ ଶୌଲ କୁମାରୀଙ୍କ ମୃତ ଦେହ ଘରର ଚଟାଣରେ ପଡିଛି । ଏହା ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରିଥିଲା ଏବଂ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏହା ପରେ ପୋଲିସ ଏହି ମାମଲାରେ ତାଙ୍କ ନାତି ମାନସକୁ ଗିରଫ କରିଥିଲା । ତେବେ ଏହା ପରେ ମାନସଙ୍କ ଉପରେ ତଦନ୍ତ ଚାଲିଛି ବୋଲି ପୋଲିସ ସୂଚନା ଦେଇଛି ।

The post ଟଙ୍କା ପାଇଁ ଜେଜେ ମା’କୁ ହତ୍ୟା କଲା ନାତି appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button