ଦେଶ

ଜେଲରୁ ବାହାରି ଅସୁସ୍ଥ ପତ୍ନୀଙ୍କୁ ଭେଟିଲେ ସିସୋଦିଆ – Ibnodisha

[ad_1]

ନୂଆଦିଲ୍ଲୀ: ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଜେଲରୁ ବାହାରିଲେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ପତ୍ନୀଙ୍କୁ ଭେଟିବାକୁ ସେ ଦ୍ବିତୀୟ ଥର ପାଇଁ ଜେଲରୁ ବାହାରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟରୁ ଆଶ୍ବସ୍ତି ମିଳିବା ପରେ ଆଜି ସକାଳୁ ପୋଲିସ କଡା ସୁରକ୍ଷା ମଧ୍ୟରେ ସିସୋଦିଆଙ୍କୁ ନେଇ ମଥୁରା ରୋଡରେ ଥିବା ତାଙ୍କ ବାସଭବନରେ ପହଞ୍ଚିଛି । ସେଠାରେ ସେ ନିଜ ପତ୍ନୀଙ୍କୁ ଭେଟିଛନ୍ତି । ସିସୋଦିଆ ନିଜର ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି ଗୁରୁବାର କୋର୍ଟରେ ଆବେଦନ କରିଥିଲେ ।

ଶୁକ୍ରବାର କୋର୍ଟ ତାଙ୍କୁ ଅନୁମତି ଦେଇଥିଲେ । ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ପତ୍ନୀଙ୍କୁ ଭେଟିବା ଲାଗି ସିସୋଦିଆଙ୍କୁ ସେସନ ଜଜ୍ ଏମକେ ନାଗପାଲ ଅନୁମତି ଦେଇଥିଲେ । ଏହା ପୂର୍ବରୁ ଜୁନ୍ ମାସରେ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ କୋର୍ଟ । ସକାଳ ୧ଟାରୁ ୫ଟା ପର୍ଯ୍ୟନ୍ତ ସେ ସାକ୍ଷାତ କରିଥିଲେ । ଏହାପରେ ଦ୍ୱିତୀୟ ଥର କୋର୍ଟଙ୍କ ଅନୁମତି ମିଳିବା ପରେ ପତ୍ନୀଙ୍କୁ ଭେଟିବା ପାଇଁ ସେ ତାଙ୍କ ଘରେ ଆଜି ସକାଳେ ପହଞ୍ଚିଛନ୍ତି । ଘର ଭିତରେ ସିସୋଦିଆଙ୍କ ପତ୍ନୀଙ୍କ ସମେତ ଅନ୍ୟ ଦୁଇ ଜଣ ଉପସ୍ଥିତ ରହିଛନ୍ତି । ସିସୋଦିଆଙ୍କ ପତ୍ନୀ ସରକାରୀ ବାସଭବନରେ ରହୁଛନ୍ତି । ଯାହା ପୂର୍ବରୁ ମନୀଷ ସିସୋଦିଆଙ୍କୁ ପ୍ରଦାନ କରାଯାଇଥିଲା ।

ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଅକ୍ଟୋବର ମାସରେ ସିବିଆଇ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ଶୁଣାଣି ପରେ ସିସୋଦିଆଙ୍କ ହେପାଜତକୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ କୋର୍ଟ । ସେପଟେ ରାଉଜ ଆଭେନ୍ୟୁ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରୁ ଆବେଦନ ଖାରଜ ହେବା ପରେ ସିସୋଦିଆ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହା ଉପରେ ଗତ ୨ ମାସ ଧରି ଶୁଣାଣି ଜାରି ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button