ଦେଶ

ଶରଦ ପାୱାରଙ୍କୁ କଡ଼ା ବାର୍ତ୍ତା – Ibnodisha

[ad_1]

ମୁମ୍ବାଇ: ମିଳିତ ବିରୋଧୀ ଇଣ୍ଡିଆ ମେଣ୍ଟ ମୁମ୍ବାଇରେ ସେମାନଙ୍କର ପରବର୍ତ୍ତୀ ବଡ଼ ବୈଠକ କରିବାକୁ ଯୋଜନା କରୁଥିବା ବେଳେ ମହାରାଷ୍ଟ୍ରରେ ଦେଖାଦେଇଛି ସମସ୍ୟା। ମହାରାଷ୍ଟ୍ରରେ ବିରୋଧୀ ଦଳର ପ୍ରମୁଖ ସଦସ୍ୟ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ତାଙ୍କ ସହଯୋଗୀ ଦଳ ଏନ୍‌ସିପିରେ ବିଭାଜନ ଘଟାଇ ବିଜେପି ସହ ହାତ ମିଳାଇ ଉପମୁଖ୍ୟମନ୍ତ୍ରୀ ହୋଇଥିବା ପୁତୁରା ଅଜିତ ପାୱାରଙ୍କ ସହ ଏନ୍‌ସିପି ମୁଖ୍ୟ ଶରଦ ପାୱାର ବୈଠକ କରିବା ଘଟଣାରେ ଆଦୌ ଖୁସି ନୁହେଁ।

ରାଜ୍ୟସଭା ସାଂସଦ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ଶରଦ ପାୱାର କହୁଛନ୍ତି ଅଜିତ ପାୱାର ତାଙ୍କ ପୁତୁରା ଏବଂ ସେ ତାଙ୍କୁ ଭେଟି ପାରିବେ। ତା’ହେଲେ ତାଙ୍କ ଅନୁଗାମୀମାନେ କାହିଁକି ରାସ୍ତାରେ ଲଢ଼ୁଛନ୍ତି? ଆମର କର୍ମୀମାନେ ଲଢ଼େଇ କରୁଥିବା ବେଳେ ଆମେ ଅନ୍ୟ ଦଳର ନେତାଙ୍କ ସହ ବସିବା ଶୋଭା ଦେଉ ନାହିଁ ବୋଲି ରାଉତ କହିଛନ୍ତି। ପାୱାରଙ୍କୁ ମହାରାଷ୍ଟ୍ର ରାଜନୀତିର ‘ଭୀଷ୍ମ ପିତାମହ’ ବୋଲି ବର୍ଣ୍ଣନା କରିବା ସହ ରାଉତ କହିଛନ୍ତି ଯେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ଭଳି କିଛି କାମ ଆମେ କରିବା ଉଚିତ ନୁହେଁ। ଶିବସେନା (ୟୁବିଟି) ମୁଖପତ୍ର ସାମନା ଲେଖିଛି ଯେ, ଅଜିତ ପାୱାର ବାରମ୍ବାର ଶ୍ରୀ ପାୱାରଙ୍କୁ ଭେଟିବା ଏବଂ ପାୱାର ଏହାକୁ ଏଡ଼ାଇ ନଯିବା ଅତ୍ୟନ୍ତ କୌତୂହଳଜନକ। ବିଜେପିର ‘ଚାଣକ୍ୟ’ ଅଜିତଙ୍କୁ ବରିଷ୍ଠ ପାୱାରଙ୍କୁ ଭେଟିବା ପାଇଁ ପଠାଇ କିଛି ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ତଥାପି ଏଭଳି ବୈଠକ ଶରଦ ପାୱାରଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଛି ଏବଂ ଏହା ଭଲ ନୁହେଁ। ଶରଦ ପାୱାର କହିଛନ୍ତି ଯେ, ଅଜିତ ପାୱାରଙ୍କ ସହ ତାଙ୍କର ସାକ୍ଷାତ ପାରିବାରିକ ଏବଂ ଶିବିର ବଦଳାଇବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ। ସୂଚନାଯୋଗ୍ୟ, ଅଗଷ୍ଟ ୩୧ରେ ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ହେବାର ଥିବାବେଳେ ଦୁଇ ପାୱାରଙ୍କ ବୈଠକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button