ମାସକର ଶିଶୁର ମୁଣ୍ଡ କାଟିଦେଲା ମା’: ପୂର୍ବରୁ ଶିଶୁକନ୍ୟାକୁ ମାରି ଜେଲ୍ ଯାଇଥିଲା – Ibnodisha

[ad_1]

ତେଲକୋଇ/ରାଇସୁଆଁ: କୁହାଯାଏ ମାଆ କୋଳ ହେଉଛି ଶିଶୁ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ। କିନ୍ତୁ ଏଠି ଖୋଦ ଜନ୍ମକଲା ମାଆ ପିଶାଚୀ ସାଜି ଗୋଟିଏ ପରେ ଗୋଟିଏ ଶିଶୁକୁ ହତ୍ୟା କରୁଛି। ପୂର୍ବରୁ ଏକ ଶିଶୁକନ୍ୟାକୁ ହତ୍ୟା କରି ଜେଲ୍ ଯାଇଥିବା ମାଆ ଏବେ ପୁଣି ନିଜର ମାସକର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଛି।
ତେଲକୋଇ ବ୍ଲକ୍ ବିମଳା ପଞ୍ଚାୟତ ନମକାନି ଗ୍ରାମ ପୁରୁଣାପାଣି ଜୁଆଙ୍ଗସାହିର ଗୁରୁଚରଣ ଜୁଆଙ୍ଗ ବାରିଆ ଥାନା ବୈକୁଣ୍ଠପୁର ଗ୍ରାମର ଲକ୍ଷ୍ମୀ ମୁଣ୍ଡା (୩୦)ଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଏକ କନ୍ୟାସନ୍ତାନ ଥିଲା। ୪ ବର୍ଷ ତଳେ ବାପଘରେ ରହୁଥିବା ବେଳେ ଲକ୍ଷ୍ମୀ ନିଜବର୍ଷକର ଝିଅର ତଣ୍ଟିଚିପି ଦେବା ସହ ପାଣିରେ ବୁଡ଼ାଇ ହତ୍ୟା କରିଥିଲା। ଏହି ମାମଲାରେ ସେ ୪ ବର୍ଷ ଜେଲ୍ଦଣ୍ଡ ଭୋଗିବା ପରେ ଖଲାସ ହୋଇଥିଲେ। ପ୍ରାୟ ମାସକ ତଳେ ଲକ୍ଷ୍ମୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ୪/୫ଦିନ ହେଲା ସେ ରାତିରେ ଏଣେତେଣେ ପଳାଉଥିଲେ। ତେଣୁ ସ୍ବାମୀ ଗୁରୁଚରଣ ତାଙ୍କୁ ଜଗି ରହୁଥିଲେ। ଆଜି ପୂର୍ବାହ୍ନରେ ଗୁରୁଚରଣ ଘରେ ଶୋଇଥିବା ବେଳେ ଲକ୍ଷ୍ମୀ ମାସକର ଶିଶୁପୁତ୍ରକୁ ନେଇ ଘର ଅଗଣାକୁ ଯାଇଥିଲେ। ସେଠାରେ ଶିଶୁର ମୁଣ୍ଡ, ବେକ ଓ ପାଦରେ ସିନ୍ଦୂର ଲଗାଇଥିଲେ। ନିଜେ ମଧ୍ୟ ସିନ୍ଦୂର ପିନ୍ଧିଥିଲେ। ପରେ ଘରୁ ଟାଙ୍ଗିଆ ନେଇ ଶିଶୁଟିର ମୁଣ୍ଡ କାଟି ଦେଇଥିଲେ।
ଚିତ୍କାର ଶୁଣି ସ୍ବାମୀ ଗୁରୁଚରଣଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ଘର ଅଗଣାକୁ ଯାଇ ଦେଖିଲା ବେଳକୁ ଶିଶୁପୁତ୍ରର ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଥିଲା। ପତ୍ନୀ ଲକ୍ଷ୍ମୀଙ୍କ ଉଗ୍ରରୂପ ଦେଖି ଗୁରୁଚରଣ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଘରର ଛପର ଫଟାଇ ବାହାରକୁ ଆସି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ତେଲକୋଇ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଲକ୍ଷ୍ମୀକୁ ଗିରଫ କରିବା ସହ ଶବ ଜବତ କରିଛି।
[ad_2]