ରାଜ୍ୟ

ରାଜ୍ୟ ସରକାର,ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ଉପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପ୍ରକାଶ – Ibnodisha

[ad_1]

ପୁରୀ: ରାଜ୍ୟ ସରକାର,ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ଉପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କ୍ଷୋଭ ପ୍ରକାଶ ପରେ ଚେତିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ୍ ଦାସ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଜଗତଗୁରୁଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି । ଗୁଜରାଟ ସୁରତର ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମନ୍ଦିର ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଓ ପରିଚାଳନା କମିଟିକୁ ଜଗତଗୁରୁ ଟାର୍ଗେଟ କରିଥିବା ବେଳେ ଏଥର ମଧ୍ୟ ସେମାନେ ସଦାସର୍ବଦା ତାଙ୍କୁ ଅଣଦେଖା କରୁଥିବା କଥା କହିଥିଲେ ।

ସୁପ୍ରିମକୋର୍ଟ ଆଦେଶ ମୁତାବକ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ଜଗତଗୁରୁଙ୍କ ପରାମର୍ଶ ଲୋଡିବାକୁ କହିଥିବା ବେଳେ ସବୁବେଳେ ତାଙ୍କୁ ଅଣଦେଖା କରାଯାଉଥିବା କଥା ସେ କହିଥିଲେ । ସେ ରତ୍ନଭଣ୍ଡାର ଖୋଲିବା କଥା ହେଉକି ଧାର୍ମିକ ପ୍ରସଙ୍ଗ କଥା ହେଉ କୌଣସି ପ୍ରସଙ୍ଗରେ ତାଙ୍କ ମତାମତ ଲୋଡା ଯାଉନଥିବା ଜଗତଗୁରୁ ପୂର୍ବରୁ ବାରମ୍ବାର କହିଛନ୍ତି । ତେବେ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ ଉପରେ ମଧ୍ୟ ଜଗତଗୁରୁ ମତ ପ୍ରକାଶ କରିଥିଲେ । ଦକ୍ଷିଣଦ୍ୱାର କ୍ୱେଳ ତାଙ୍କ ପାଇଁ ଖୋଲା ହେବାକଥା ଜଗତଗୁରୁ କହିଥିବା ବେଳେ ସେ ଏବେ ଅଲୋଡା ହୋଇପଡିଛନ୍ତି ଓ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ତାଙ୍କଠାରୁ ଦୂରତା ଅବଲମ୍ବନ କରୁଥିବା କଥା ମଧ୍ୟ ସେ କହିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button