ରାଜ୍ୟ

ଭିଜିଲାନ୍ସ ହାତରେ ରାଜସ୍ବ ସହାୟକ – Ibnodisha

[ad_1]

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ରେକର୍ଡ କିପର । ଜମି ପଟ୍ଟା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ମୁରିବାହାଲ ତହସିଲର ରାଜସ୍ବ ସହାୟକ ତଥା ରେକର୍ଡ କିପର ହେବଲେଟ ବାର୍ଲା । ୧୦ ହଜାର ଟଙ୍କା ସହ ହେବଲେଟକୁ ଗିରଫ କରିଛି ଭିଜିଲାନ୍ସ । ଅଫିସ ସହ ଦୁଇଟି ସ୍ଥାନରେ ଚଢ଼ାଉ କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି । ଗତ ୨୦୧୯ରେ ଜମି ପଟ୍ଟା ପାଇଁ ଜଣେ ଲୋକ ତହସିଲରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ । ହେଲେ ଦୀର୍ଘ ବର୍ଷ ଧରି କାମ ନକରି ହେବଲେଟ୍ ପକାଇ ରଖିଥିଲେ । ଏନେଇ ଅଭିଯୋଗକାରୀ ଅନୁରୋଧ କରିବାରୁ ୨୦ ହଜାର ଟଙ୍କା ଦାବି କରିଥିଲେ ରେକର୍ଡ କିପର । ଏନେଇ ଅଭିଯୋଗକରି ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । କେଶ ନ ୪ ୭ ପିସି ଏକ୍ଟ ୧୯୮୮ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ। ଏବଂ ପୂର୍ବ ଯୋଜନା ଅନୁସାରେ ଆଜି ରେକର୍ଡ କିପର ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଲାଞ୍ଚ ୧୦ ହଜାର ଟଙ୍କା ଜବତ କରିବା ସହ ଦୁଇଟି ଜାଗାରେ ଚଢ଼ାଉ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button