ଖେଳ

ଆଇସିସି ପୁରୁଷ ପ୍ଲେୟର ଅଫ୍ ଦି ମନ୍ଥ ପୁରସ୍କାର; ମାକ୍ସୱେଲ୍ ଓ ହେଡ୍‌ଙ୍କ ସହ ଶମୀ ମନୋନୀତ – Ibnodisha

[ad_1]

ଦୁବାଇ: ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଫାଷ୍ଟ୍ ବୋଲର୍ ମହମ୍ମଦ ଶମୀଙ୍କୁ ନଭେମ୍ବର ମାସ ପାଇଁ ଆଇସିସିର ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଶମୀଙ୍କ ବ୍ୟତୀତ ଏହି ପୁରସ୍କାର ଦୌଡ଼ରେ ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜେତା ଟ୍ରାଭିସ୍ ହେଡ୍ ଓ ଗ୍ଲେନ୍ ମାକ୍ସୱେଲ୍ ମଧ୍ୟ ସାମିଲ ଅଛନ୍ତି । ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ ୩୩ ବର୍ଷୀୟ ଶମୀ ୧୨.୦୬ ଆଭରେଜ୍ ଏବଂ ୫.୬୮ ଇକୋନୋମିରେ ୨୪ ୱିକେଟ୍ ହାସଲ କରି ବୋଲିଂ ତାଲିକା ଶୀର୍ଷରେ ରହିଥିଲେ ।

ଶମୀ ଭାରତୀୟ ଏକାଦଶରେ ବିଳମ୍ବରେ ସାମିଲ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ତାଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପ୍ରଦର୍ଶନ କରି ୧୮ ରନ୍‌ରେ ୫ ୱିକେଟ୍ ନେଇ ସେ ନଭେମ୍ବର ଆରମ୍ଭ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ୫୭ ରନ୍‌ରେ ୭ ୱିକେଟ୍ ନେଇ ବିଶ୍ୱକପ୍ ନକ୍‌ଆଉଟ୍ ମ୍ୟାଚ୍‌ର ଶ୍ରେଷ୍ଠ ବୋଲର ଭାବେ ଆୟୋଜକ ଦଳକୁ ଫାଇନାଲ୍ ଟିକେଟ୍ ଦେଇଥିଲେ । ଅନ୍ୟପକ୍ଷରେ ପ୍ରଥମ ଥର ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ମାକ୍ସୱେଲ୍ ଅଷ୍ଟ୍ରେଲିଆକୁ ବିଶ୍ୱକପ୍ ନକ୍‌ଆଉଟ୍‌ରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଅଷ୍ଟ୍ରେଲିଆ ଅନ୍ତିମ ଲିଗ୍ ମ୍ୟାଚ୍‌ରେ ୯୧ ରନ୍ ମଧ୍ୟରେ ସାତ ୱିକେଟ୍ ହରାଇ ସଂକଟରେ ପଡ଼ିଥିବା ବେଳେ ବ୍ୟାଟିଂ ପାଇଁ ଆସିଥିବା ମାକ୍ସୱେଲ୍ ୩୧ ଚୌକା ବଳରେ ୨୦୧ ରନ୍ କରି ଟିମ୍‌କୁ ଜିତାଇ ନକ୍‌ଆଉଟ୍‌ରେ ପହଞ୍ଚାଇଥିଲେ । ସେହିପରି ଅହମ୍ମଦାବାଦରେ ଅନୁଷ୍ଠିତ ଫାଇନାଲ୍‌ରେ ଶୃଙ୍ଖଳିତ ବୋଲିଂ କରିବା ସହ ରୋହିତ ଶର୍ମାଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆକୁ ଟାଇଟଲ୍ ଜିତାଇବାରେ ମଧ୍ୟ ସଫଳ ହୋଇଥିଲେ । ସେହିପରି ଗୁଆହାଟୀରେ ଖେଳାଯାଇଥିବା ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ମାକ୍ସୱେଲ୍ ୪୮ ବଲ୍‌ରୁ ୧୦୪ ରନ୍‌ର ଶତକୀୟ ଇନିଂସ୍ ଖେଳିଥିଲେ ।

ଅନ୍ୟପକ୍ଷରେ ହେଡ୍‌ଙ୍କୁ ପ୍ରଥମ ଥର ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । କୋଲ୍‌କାତାରେ ଖେଳାଯାଇଥିବା ସେମିଫାଇନାଲ୍‌ରେ ହେଡ୍‌ଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନରେ ସାଉଥ୍ ଆଫ୍ରିକା ପରାଜିତ ହୋଇଥିଲା । ହେନ୍‌ରିଚ୍ କ୍ଲାସେନ୍ ଓ ମାର୍କୋ ଜାନ୍‌ସେନ୍‌ଙ୍କ ୱିକେଟ୍ ନେବାପରେ ହେଡ୍ ୪୮ ବଲ୍‌ରୁ ୬୨ ରନ୍‌ର ଧୂଆଁଧାର ଇନିଂସ୍ ଖେଳିଥିଲେ । ସେହିପରି ଭାରତ ବିପକ୍ଷ ଫାଇନାଲ୍ ମ୍ୟାଚ୍‌ରେ ଅହମ୍ମଦାବାଦରେ ହେଡ୍ ୧୨୦ ବଲ୍‌ରୁ ୧୩୭ ରନ୍‌ର ବିସ୍ଫୋରକ ଇନିଂସ୍ ଖେଳି ଅଷ୍ଟ୍ରେଲିଆକୁ ଷଷ୍ଠ ବିଶ୍ୱକପ୍ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button