ଫିଫା ର୍ୟାଙ୍କିଙ୍ଗ୍: ୧୨୧ତମ ସ୍ଥାନକୁ ଖସିଲା ଭାରତ – Ibnodisha
[ad_1]
ନୂଆଦିଲ୍ଲୀ : ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ ଆଫଗାନିସ୍ତାନଠାରୁ ୧-୨ ଗୋଲ୍ରେ ପରାଜିତ ହେବା ପରେ ଭାରତୀୟ ପୁରୁଷ ଫୁଟ୍ବଲ୍ ଟିମ୍ ସଦ୍ୟ ପ୍ରକାଶିତ ଫିଫା ର୍ୟାଙ୍କିଙ୍ଗ୍ରେ ୪ଟି ସ୍ଥାନ ତଳକୁ ଖସି ୧୨୧ତମ ସ୍ଥାନରେ ପହଞ୍ଚିଛି । କୋଚ୍ ଇଗୋର୍ ଷ୍ଟିମାକ୍ଙ୍କ ଅଧୀନରେ ଟିମ୍ ଗତବର୍ଷ ଶୀର୍ଷ ୧୦୦ରେ ରହିଥିଲା । ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍, ଟ୍ରାଇସିରିଜ୍, ସାଫ୍ ଚାମ୍ପିଅନ୍ଶିପ୍ରେ ଉନ୍ନତ ପ୍ରଦର୍ଶନ କରି ଭାରତ ଏହି ସଫଳତା ପାଇଥିଲା । ମାତ୍ର ଏଏଫ୍ସି ଏସିଆ କପ୍ରେ ଅଷ୍ଟ୍ରେଲିଆ, ଇଜ୍ବେକିସ୍ତାନ ଓ ସିରିୟାଠାରୁ ପରାଜିତ ହୋଇ ଗ୍ରୁପ୍ରେ ନିମ୍ନରେ ଥିବା ଟିମ୍ ୧୧୭ତମ ସ୍ଥାନକୁ ଖସିଆଯାଇଥିଲା । ଏହାପରେ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ ଆଫଗାନିସ୍ତାନ ସହ ଗୋଲ୍ଶୂନ୍ୟ ରଖିବା ପରେ ଘରୋଇ ମ୍ୟାଚ୍ରେ ଏହି ଟିମ୍ଠାରୁ ପରାଜିତ ହୋଇଥିଲା । ବିଶ୍ୱକପ୍ ବିଜେତା ଆର୍ଜେଣ୍ଟିନା ଫିଫା ର୍ୟାଙ୍କିଙ୍ଗ୍ର ଶୀର୍ଷରେ ଥିବାବେଳେ ଫ୍ରାନ୍ସ, ଇଂଲଣ୍ଡ, ବେଲ୍ଜିୟମ୍ ଓ ବ୍ରାଜିଲ୍ ଶୀର୍ଷ ୫ରେ ରହିଛନ୍ତି ।
[ad_2]