ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ; ୧୯ରେ ଭାରତକୁ କରିବ ମୁକାବିଲା – Ibnodisha

[ad_1]
ମୁମ୍ବାଇ: ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ୨୦୨୩ ଦିନିକିଆ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ୩ ୱିକେଟ୍ରେ ସାଉଥ୍ ଆଫ୍ରିକାକୁ ପରାସ୍ତ କରି ଅଷ୍ଟମଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଏହା ସହ ୧୯୯୨ରୁ ବିଶ୍ୱକପ୍ ପ୍ରଦାର୍ପଣ କରିଥିବା ସାଉଥ୍ ଆଫ୍ରିକା ପଞ୍ଚମଥର ପାଇଁ ସେମିଫାଇନାଲରେ ପରାଜିତ ହୋଇଛି । ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ସାଉଥ୍ ଆଫ୍ରିକା ଡେଭିଡ୍ ମିଲରଙ୍କ ୧୦୧ ରନ୍ ସହାୟତାରେ ୪୯.୪ ଓଭରରେ ୨୧୨ ରନ୍ କରୀି ଅଲ୍ଆଉଟ୍ ହୋଇଥିଲା । ଜବାବରେ ଅଷ୍ଟ୍ରେଲିଆ ୪୭. ଓଭରରେ ୭ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଟ୍ରେଭିସ୍ ହେଡ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ । ରବିବାର ଅହମ୍ମଦାବାଦରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ସାଉଥ ଆଫ୍ରିକା ୧୯୯୨, ୧୯୯୯, ୨୦୦୭, ୨୦୧୫ ଓ ୨୦୨୩ ବିଶ୍ୱକପ୍ ସେମି ଫାଇନାଲରେ ପରାଜିତ ହୋଇ ଫାଇନାଲରୁ ବାଦ ପଡ଼ିଛି ।
୨୧୩ରନ୍ର ବିଜୟ ଲକ୍ଷ ନେଇ ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପନର ଟ୍ରେଭିସ୍ ହେଡ୍ ଓ ଡେଭିଡ୍ ୱାର୍ଣ୍ଣର ଆରମ୍ଭରୁ ଦ୍ରୁତ ରନ୍ସଂଗ୍ରହ କରିଥିଲେ । ୬ ଓଭରରେ ଏହି ଯୋଡି ୬୦ ରନ୍ କରିଥିଲେ । ସପ୍ତମ ଓଭରର ପ୍ରଥମ ବଲରେ ଆଇଡେନ୍ ମାର୍କରମ୍ ୧୮ ବଲରୁ ୪ ଛକା ଓ ଗୋଟିଏ ଚୌକା ସହାୟତାରେ ୨୯ ରନ୍ କରିଥିବା ୱାର୍ଣ୍ଣରଙ୍କୁ ବୋଲ୍ଡ କରିଥିଲେ । ଏହାର ପରବର୍ତ୍ତି ଓଭରରେ ମିଚେଲ ମାର୍ଶ ଡକ୍ ହୋଇଥିଲେ । ହେଡ୍ ଓ ଷ୍ଟିଭେନ୍ ସ୍ମିଥ୍ ୪୪ରନ୍ର ପାର୍ଟନରଶିପ୍ କରିଥିଲେ । ଦଳୀୟ ସ୍କୋର ୧୦୬ ରନ୍ ବେଳେ ହେଡ୍ ୪୮ ବଲରୁ ୯ଟି ଚୌକା ଓ ୨ଟି ଛକା ସହାୟତାରେ ୬୨ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ନିୟମିତ ବ୍ୟବଧାନରେ ୱିକେଟ୍ ପଡିଥିଲା । ସାଉଥ୍ ଆଫ୍ରିକା ସ୍ପିନର ତାବ୍ରେଜ ସାମ୍ସି ଓ କେଶବ ମହାରାଜା ଅଷ୍ଟ୍ରେଲିଆ ଉପରେ ଚାପ ରଖିଥିଲେ । ମର୍ଣ୍ଣସ୍ ଲାବୁଶେନ୍ ୧୮ ରନ୍ କରି ଦଳୀୟ ସ୍କୋର ୧୩୩ରେ ଆଉଟ୍ ହୋଇଥିବା ବେଳେ ଏହାର ତିନି ରନ୍ ବ୍ୟବଧାନ୍ରେ ଗ୍ଲେନ୍ ମାକ୍ସୱେଲ (୧) ପାଭିଲିୟନ୍ ଫେରିଥିଲେ । ସ୍ମିଥ୍ ଓ ୱିକେଟ୍ କିପର ଜୋଶ ଇଙ୍ଗଲିସ୍ ୩୭ ରନ୍ର ପାର୍ଟନରଶିପ୍ କରିଥିଲେ । ଦଳୀୟ ସ୍କୋର ୧୭୪ ରନ୍ରେ ସ୍ମିଥ୍ ୩୦ ରନ୍ କରି ଷଷ୍ଠ ୱିକେଟ୍ ଭାବେ ପାଭିଲିୟନ୍ ଫେରିଥିଲେ । ପରେ ଇଙ୍ଗଲିସ୍ ୨୮ ରନ୍ କରି ଦଳୀୟ ସ୍କୋର ୧୯୩ରନ୍ରେ ସପ୍ତମ ୱିକେଟ୍ ହୋଇଥିଲେ । ଏହି ସମୟ ବେଳକୁ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୦ ରନ୍ର ଆବଶ୍ୟକତା ରହିଥିଲା । ଅଧିନାୟକ କମିନ୍ସ ଓ ଷ୍ଟାର୍କ ପରବର୍ତ୍ତି ସମୟରେ ଆଉ ୱିକେଟ୍ ନଦେଇ ଦଳକୁ ବିଜୟୀ କରାଇଥିଲେ । କମିନ୍ସ ୧୪ ଓ ଷ୍ଟାର୍କ ୧୬ ରନ୍ କରିଥିଲେ । ସାଉଥ୍ ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଜି ଓ ସାମସ୍ି ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ରବାଡା, ମାର୍କରମ୍ ଓ ମହାରାଜା ଗୋଟିଏ ଲେଖାଏଁ ନେଇଥିଲେ ।
ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେବା ପରେ ସାଉଥ୍ ଆଫ୍ରିକା ପକ୍ଷରୁ ୱିକେଟ୍ କିପର କ୍ୱିଣ୍ଟନ୍ ଡି କକ୍ ଓ ଅଧିନାୟକ ତେମ୍ବା ବଭୁମା ଇନିଂସ୍ ଓପନ୍ କରିଥିଲେ । ମେଘୁଆ ପାଗରେ ଆରମ୍ଭରୁ ଅଷ୍ଟ୍ରେଲୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ । ପ୍ରଥମ ଓଭରର ଅନ୍ତିମ ବଲରେ ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ପାଇଁ ସଫଳତା ଆଣିଥିଲେ । ବଭୁମା ଡକ୍ ହୋଇଥିଲେ । ଫର୍ମରେ ରହିଥିବା ଡି କକ୍ ମଧ୍ୟ ଫେଲ ମାରିଥିଲେ । ୫.୪ ଓଭର ବେଳକୁ ଦଳୀୟ ସ୍କୋର ୮ ରନ୍ ବେଳେ ଡି କକ୍ ମାତ୍ର ୩ ରନ୍ କରି ଜୋଶ ହାଜଲଉଡ୍ଙ୍କ ଓଭରରେ ଆଉଟ୍ ହୋଇଥିଲେ । ପ୍ରଥମ ୧୦ ଓଭରରେ ଷ୍ଟାର୍କ ଓ ହାଜଲଉଡ୍ ସାଉଥ୍ ଆଫ୍ରିକାକୁ ନିୟନ୍ତ୍ରଣରେ ରଖିବା ସହ ଏହି ସମୟରେ ଦଳୀୟ ସ୍କୋର ମାତ୍ର ୧୮ ରନ୍ ରହିଥିଲା । ୧୧ ତମ ଓଭରରେ ବୋଲିଂ କରବାକୁ ଆସି ଷ୍ଟାର୍କ ବିପକ୍ଷ ବ୍ୟାଟର ଆଇଡେନ୍ ମାର୍କରମଙ୍କୁ (୧୦) ଆଉଟ୍ କରିଥିଲେ । ଏହାର ପରବର୍ତ୍ତି ଓଭରରେ ରସି ଭାନ୍ ଡର ଡୁସେନ୍ଙ୍କୁ (୬) ହାଜଲଉଡ୍ ଆଉଟ୍ କରିଥିଲେ । ୨୪ ରନ୍ରେ ସାଉଥ୍ ଆଫ୍ରିକା ୪ଟି ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଏହିଠାରେ ବ୍ରଶଟିଂ କରିବାକୁ ଆସିଥିବା ହେନରିକ୍ କ୍ଲାସେନ୍ ଓ ଡେଭିଡ ମିଲର ଦଳର ଭାର ସମ୍ଭାଳିଥିଲେ । ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଅଷ୍ଟ୍ରେଲୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ । ଏହାମଧ୍ୟରେ ବର୍ଷା ପାଇଁ ମଧ୍ୟ କିଛି ସମୟ ଖେଳ ବାଧାପ୍ରାପ୍ତ ହୋଇଥିଲା ।
ପଞ୍ଚମ ୱିକେଟ୍ରେ ଏହି ଯୋଡି ୧୮.୫ ଓଭରରୁ ୯୫ ରନ୍ ସଂଗ୍ରହ କରିଥିଲେ । ୩୧ ତମ ଓଭର ବୋଲିଂ କରୁଥିବା ଟ୍ରେଭିସ୍ ହେଡ୍ ଦଳୀୟ ସ୍କୋର ୧୧୯ ରନ୍ରେ ସାଉଥ୍ ଆଫ୍ରିକାର କ୍ଲାସେନ୍ ଓ ମାର୍କୋ ଜାନ୍ସେନ୍ଙ୍କୁ ଆଉଟ୍ କରି ଦଳକୁ ବଅଡତ୍ ସଫଳତା ଦେଇଥିଲେ । କ୍ଲାସେନ୍ ୪୮ ବଲରୁ ୪ ଚୌକା ଓ ୨ ଛକା ସହାୟତାରେ ୪୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଜାନ୍ସେନ୍ ଗୋଲ୍ଡେନ୍ ଡକ୍ ହୋଇଥିଲେ । ଏହିଠାରୁ ମିଲର ଏକାକି ଅଷ୍ଟ୍ରେଲୀୟ ବୋଲରଙ୍କ ବିପକ୍ଷରେ ଲଢ଼ିଥିଲେ । ସେ ଗେରାଲ୍ଡ କୋଜିଙ୍କ (୧୯) ସହ ୫୩ ରନ୍ ଯୋଡିଥିଲେ । ଏହଧ୍ଧ୍ରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । କେଶବ ମହାରାଜା ମାତ୍ର ୪ ରନ୍ କରିଥିବା ବେଳେ ରବାଡା ୧୦ ରନ୍ କରି ଆଉଟ୍ ହୋଇଥିଲେ । ମିଲର ଏକ ମହତ୍ୱପୂର୍ଣ୍ଣ ଇନିଂସ୍ ଖେଳିବା ସହ ଅନ୍ତିିମ ଓଭରରେ ଶତକ ଅର୍ଜନ କରିଥିଲେ । ସେ ୧୧୬ ବଲଣୁ ୮ଟି ଚୌକା ଓ ୫ ଟି ଛକା ସହାୟତାରେ ୧୦୧ ରନ୍ କରି ୪୯.୪ ଓଭରରେ ଅନ୍ତିମ ବ୍ୟାଟର ଭାବେ ପାଭିଲିୟନ୍ ଫେରିଥିଲେ । ଫଳରେ ସାଉଥ ଆଫ୍ରିକା ୨୧୨ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଓ ଅଧିନାୟକ ପାଟ୍ କମିନ୍ସ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ହାଜଲଉଡ୍ ୮ ଓଭରରୁ ୧୨ରନ୍ ଦେଇ ୨ଟି ଓ ହେଡ୍ ମଧ୍ୟ ୨ଟି ୱିକେଟ୍ ନେଇଥିଲେ ।
[ad_2]




