ଅପରାଧ

ଆସାମର ମହିଳା ବକ୍ସରଙ୍କୁ ନାଇଜେରିଆରେ ଅପହରଣ! – Ibnodisha

[ad_1]

ଗୌହ୍ୱାଟୀ: ନାଇଜେରିଆରେ ଫସିଛନ୍ତି ଭାରତୀୟ ଖେଳାଳି । ଗତ ୨୮ ତାରିଖରେ ସେ ନାଇଜେରିଆ ଯାଇଥିବାବେଳେ ସେଠାରେ ଅବତରଣ ପରେ ମିଳୁନି ପତ୍ତା । ଆସାମର ବର୍ଣ୍ଣାଳି ବରୁଆ ସାଇକିଆ ନାମକ ଜଣେ ବକ୍ସର ନାଇଜେରିଆ ଗସ୍ତରେ ଯାଇଥିବାବେଳେ ଅବତରଣ କରିବା ପରେ ତାଙ୍କୁ ସେଠାରେ ବନ୍ଧକ ରଖାଯାଇଥିବା ସନ୍ଦେହ କରାଯାଉଛି ବର୍ଣ୍ଣାଳି ବରୁଆଙ୍କ ପରିବାରଲୋକଙ୍କ କହିବା ଅନୁଯାୟୀ, “ଏକ ବିବାହ ଭୋଜିକୁ ଯାଇଥିବାବେଳେ ବର୍ଣ୍ଣାଳି ଏବଂ ତାଙ୍କ ପରିବାର ଲୋକଙ୍କ କିଛି ନାଇଜେରିଆ ଯୁବକଙ୍କୁ ଦେଖିଥିଲେ । ସେଠାରେ ବର୍ଣ୍ଣାଳିଙ୍କ ସ୍ୱାମୀ ନୟାନ ସାଇକିଆଙ୍କ କିଙ୍ଗ୍ ନାମକ ଜଣେ ନାଇଜେରିଆ ଯୁବକଙ୍କ ସହ ଭେଟ ହୋଇଥିଲା ।

ଧୀରେଧୀରେ ସେହି ଯୁବକମାନେ ପୁରା ପରିବାର ସହିତ ଭଲ ଭାବରେ ପରିଚିତ ହୋଇଗଲେ । ମିଳାମିଶା ପରେ ସମ୍ପର୍କ ଘନିଷ୍ଠ ହେବାରୁ ସେମାନେ ଛୁଟି କଟାଇବାକୁ ନାଇଜେରିଆ ଯିବାକୁ ମନସ୍ଥ କରିଥିଲେ । ତେଣୁ ଗତ ଅକ୍ଟୋବର ୨୮ ତାରିଖରେ ସପରିବାର ନାଇଜେରିଆ ବୁଲିବାକୁ ଯାଇଥିଲେ । ଅକ୍ଟୋବର ୨୮ ରେ ଟୁରିଷ୍ଟ ଭିସା ନେଇ ପୁରା ପରିବାର ଦେଶ ଛାଡ଼ିଥିଲେ । ଯେତେବେଳେ ସେମାନେ ନାଇଜେରିଆର ଲାଗୋସ ବିମାନ ବନ୍ଦରରେ ଅବତରଣ କଲେ, ସେତେବେଳେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା । ସେଠାରେ ଅବତରଣ କରିବା ମାତ୍ରେ ସେହି ଯୁବକମାନେ ତାଙ୍କ ପାସପୋର୍ଟ, ଭିସା, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଛଡ଼ାଇ ନେଇଯାଇଥିଲେ ।

ଏହାସହ ସେମାନେ ପୁରା ପରିବାରକୁ ବନ୍ଧକ ରଖିଥିଲେ । ସେପଟେ ଭାରତ ଛାଡିବାର ୩ ଦିନ ପର୍ଯ୍ୟନ୍ତ ବର୍ଣ୍ଣାଳିଙ୍କ ସହ ଯୋଗାଯୋଗ ହୋଇପାରିନଥିବାରୁ ଚିନ୍ତିତ ହୋଇପଡିଛନ୍ତି ପରିବାର । ଏନେଇ ବର୍ଣ୍ଣାଳିଙ୍କ ପରିବାରଲୋକେ ପୋଲିସର ସହଯୋଗ ଲୋଡିଛନ୍ତି । ଗତ ୧୩ ତାରିଖରେ ଦୀଶପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର । ସେପଟେ ବର୍ଣ୍ଣାଳୀଙ୍କ ସ୍ୱାମୀ ନୂଆଦିଲ୍ଲୀରେ ଏକ ଲିଖିତ ଅଭିଯୋଗ କରି କ୍ରାଇନବ୍ରାଞ୍ଚ ଏହାର ତଦନ୍ତ କରିବାକୁ ନିବେଦନ କରିଛନ୍ତି । ରାସ୍ତାରେ ଅନେକ ଲୋକଙ୍କ ସହ ଆମର ଦେଖା ହୋଇଥାଏ । ବେଳେବେଳେ ଅଜଣା ବ୍ୟକ୍ତିଙ୍କ ସହ ଅଳ୍ପ ବାର୍ତ୍ତାଳାପ ପରେ ମଧ୍ୟ ବନ୍ଧୁତା ହୋଇଯାଏ । ବ୍ୟକ୍ତିଙ୍କ କଥାବାର୍ତ୍ତା ବା ଆଚରଣରୁ ସାଧାରଣତଃ ସେମାନଙ୍କର ସ୍ୱଭାବ ଜଣାପଡିଯାଏ । ହେଲେ ସବୁ ସମୟରେ ଏପରି ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା ଉଚିତ ନଥାଏ । ଏହିଭଳି ଭାବେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା କରି ଫସିଛନ୍ତି ଆସାମର ଜଣେ ସୁନାମଧନ୍ୟ ଖେଳାଳି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button