ସ୍ବାମୀ ପ୍ରେମିକା ପାଖକୁ ଯିବାରୁ ଫାଶୀ ଲଗାଇ ମଲେ ସ୍ତ୍ରୀ – Ibnodisha
[ad_1]
ଭୁବନେଶ୍ୱର: ମୁମ୍ବାଇର କଲ୍ୟାଣରେ ବାସ କରୁଥିବା ସ୍ତ୍ରୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପରୋକ୍ଷରେ ବାଧ୍ୟ କରିଥିବା କାରଣରୁ ୟୁକ୍ରେନ୍ରୁ ଫେରିଥିବା ଜଣେ ୨୬ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ଗୋଟାଏ ଜାହାଜ ପରିବହନ କମ୍ପାନିରେ କାମ କରୁଥିବା ନୀତିଶ ନାୟର୍ ନାମକ ସେ ବ୍ୟକ୍ତିଙ୍କର ୟୁକ୍ରେନ୍ରେ ଜଣେ ମହିଳାଙ୍କ ସହିତ ଅବୈଧ୍ୟ ସମ୍ପର୍କ ଥିବା ଜାଣି ତାଙ୍କ ୨୫ ବର୍ଷୀୟ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ସେହି କାରଣରୁ ସେ ନୀତିଶଙ୍କୁ ୟୁକ୍ରେନ୍ ଛାଡୁ ନ ଥିଲେ। କିନ୍ତୁ, ତାଙ୍କ ବାରଣ ସତ୍ତ୍ବେ ନୀତିଶ ୟୁକ୍ରେନ୍ ଯାଇଥିଲେ।
ଜୀବନ ହରାଇଥିବା ମହିଳା କାଜଲ୍ଙ୍କ ବାପା ସୁରେନ୍ଦ୍ର ସାୱନ୍ତ ସେପ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ସ୍ବାମୀଙ୍କର ଅବୈଧ୍ୟ ସମ୍ପର୍କ ଥିବା କଥା ତାଙ୍କ ଝିଅ ଜାଣିଥିଲା ଓ ଉକ୍ତ ମହିଳାଙ୍କ ସହିତ ତାଙ୍କର ଫଟୋ ବି ଦେଖିଥିଲା।
ଅବୈଧ୍ୟ ସମ୍ପର୍କକୁ ବିରୋଧ କରି ଆଉ ୟୁକ୍ରେନ୍ ନ ଯିବାକୁ ଝିଅ କାଜଲ୍ ସ୍ବାମୀ ନୀତିଶଙ୍କୁ ମନା କରିଥିଲା। କିନ୍ତୁ, ନଭେମ୍ବର ୮ ତାରିଖ ଦିନ ନୀତିଶ କାଜଲ୍କୁ ମୁମ୍ବାଇ ଅଫିସ୍ ଯାଉଛି କହି ୟୁକ୍ରେନ୍ ଚାଲିଯାଇଥିଲେ। ୟୁକ୍ରେନ୍ରେ ପହଞ୍ଚିବା ପରେ ସେ କାଜଲ୍ ପାଖକୁ ମେସେଜ୍ ପଠାଇଲେ କି, ସେ ୟୁକ୍ରେନ୍ରେ ପହଞ୍ଚି ଯାଇଛନ୍ତି। ଆଉ ଫେରିବେ ନାହିଁ।
ଏଥିରେ ମ୍ରିୟମାଣ ହୋଇ କାଜଲ୍ ଫାଶୀ ଲଗାଇ ଆତ୍ମହତ୍ୟା କଲା ବୋଲି ତାଙ୍କ ବାପା କରିଥିବା ଅଭିଯୋଗରେ ଉଲ୍ଲେଖ ଅଛି।
ଏହାଛଡ଼ା, ଫାଶୀ ଲଗାଇ ମରିବା ପୂର୍ବରୁ କାଜଲ୍ ତା’ର ଅଳ୍ପ କେତେକ ସାଙ୍ଗସାଥିଙ୍କ ନିକଟକୁ ମେସେଜ୍ ପଠାଇ ସେ କ’ଣ କରିବେ ବୋଲି ଜଣାଇଥିଲେ। ସ୍ବାମୀଙ୍କ ମେସେଜ୍ ପଢ଼ି ତାଙ୍କର ମାନସିକ ଅବସ୍ଥା କ’ଣ ହୋଇଛି ତାହା ମାଆଙ୍କୁ ଜଣାଇଥିଲେ ବୋଲି କୋଲ୍ସେୱାଡ଼ି ଥାନାର ଅଧିକାରୀ କହିଛନ୍ତି।
କାଜଲ୍ଙ୍କ ମୃତ୍ୟୁ ଖବର ପାଇ ନୀତିଶ ଭାରତକୁ ଫେରିବା ପରେ ବାସଭବନରୁ ପୁଲିସଦ୍ବାରା ଗିରଫ ହୋଇଛନ୍ତି।
[ad_2]