ରାଜ୍ୟ

ଓଡ଼ିଶାକୁ ମିଳିଲା ଆଉ ଏକ ଅନ୍ତର୍ଜାତୀୟ ସ୍ୱୀକୃତି : ୨ ଜଳସେଚନ ପ୍ରକଳ୍ପକୁ ବିଶ୍ୱ ଐତିହ୍ୟ ଜଳସେଚନ ପ୍ରକଳ୍ପ ସମ୍ମାନ – Ibnodisha

[ad_1]

ଭୁବନେଶ୍ୱର : ଓଡ଼ିଶାକୁ ମିଳିଛି ଆଉ ଏକ ଆନ୍ତର୍ଜାତୀୟ ସ୍ୱୀକୃତି। ଓଡ଼ିଶାର ଦୁଇ ଜଳସେଚନ ପ୍ରକଳ୍ପକୁ ୨୦୨୩ ମସିହା ପାଇଁ ସମ୍ମାନଜନକ ବିଶ୍ୱ ଐତିହ୍ୟ ଜଳସେଚନ ପ୍ରକଳ୍ପ ସମ୍ମାନ ପ୍ରଦାନ କରାଯାଇଛି। ଇଣ୍ଟରନ୍ୟାସନାଲ କମିଶନ ଅନ୍‌‌ ଇରିଗେସନ ଆଣ୍ଡ୍‌‌ ଡ୍ରେନେଜ(ଆଇସିଆଇଡି) ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ବାଲିଡିହ ଜଳସେଚନ ପ୍ରକଳ୍ପ ଏବଂ ଗଞ୍ଜାମ ଜିଲ୍ଲାର ଜୟମଙ୍ଗଳ ଆନିକଟକୁ ଏହି ସମ୍ମାନ ମିଳିଛି।

ଦେଶବ୍ୟାପୀ ୪ଟି ଜଳସେଚନ ପ୍ରକଳ୍ପକୁ ଚଳିତ ବର୍ଷ ଏହି ସମ୍ମାନ ମିଳିଥିବା ବେଳେ ଏଥିରୁ କେବଳ ଓଡ଼ିଶାର ୨ଟି ପ୍ରକଳ୍ପ ରହିଛି। ନିକଟରେ ବିଶାଖାପାଟଣାଠାରେ ଅନୁଷ୍ଠିତ ୨୫ତମ ଆଇସିଆଇଡି କଂଗ୍ରେସ ତଥା ଆଇସିଆଇଡିର ୭୪ ତମ ଆଇଇସି ବୈଠକରେ ଉପରୋକ୍ତ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ଦୁଇଟି ପ୍ରକଳ୍ପକୁ ବିଶ୍ୱ ଐତିହ୍ୟ ଜଳସେଚନ ପ୍ରକଳ୍ପ ମିଳିବା ପରେ ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଖୁସିବ୍ୟକ୍ତ କରିବା ସହ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଯେଉଁ ଜଳସେଚନ ପ୍ରକଳ୍ପ ୧୦୦ ବର୍ଷରୁ ଅଧିକ ପୁରୁଣା ଏବଂ କାର୍ଯ୍ୟକ୍ଷମ ଅବସ୍ଥାରେ ଥାଏ, ଉକ୍ତ ପ୍ରକଳ୍ପ ଏହି ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ। ବିଶ୍ୱବ୍ୟାପୀ ଏପରି ପ୍ରକଳ୍ପର ଐତିହାସିକ ପୃଷ୍ଠଭୂମି ବାବଦରେ ଅବଗତ ହେବା, ଏନେଇ ତଥ୍ୟ ସଂଗ୍ରହ କରିବା ସହ ଏପରି ପ୍ରକଳ୍ପର ସଂରକ୍ଷଣ କରିବା ପାଇଁ ଏପରି ପୁରସ୍କାରର ପରିକଳ୍ପନା କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button