ଅପରାଧ

ବାଇକ ଡିକିଭାଙ୍ଗି ୧ ଲକ୍ଷ ଲୁଟ – Ibnodisha

[ad_1]


ଦଶପଲ୍ଲା୩/୮: ବାଇକ ଡିକି ଭାଙ୍ଗି ଏକ ଲକ୍ଷ ଲୁଟ କରିଛନ୍ତି ଲୁଟେରା । ଦିନ ଦ୍ବିପ୍ରହରେ ହୋଇଛି ଏହି ଲୁଟ । ଏହି ଟଙ୍କା ଲୁଟ କରି ପୁଣି ଦଶପଲ୍ଲା ରେ ନିଜର ଉପସ୍ଥିତି ଜାହିର କରିଛନ୍ତି ଲୁଟେରା । ପୋଲିସ କୁ ଦେଇଛନ୍ତି ଚ୍ୟାଲେଞ୍ଜ ,  ସୂଚନା ଅନୁସାରେ   ଦଶପଲ୍ଲା ଥାନା ତୁମାଣ୍ଡି ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ରୁ ଏକ ଲକ୍ଷ ଟଙ୍କା ଉଠାଣ କରି  ନିଜ ବାଇକ ଡ଼ିକିରେ ରଖିଥିଲେ । ପରେ କିଶୋର ଦୁର୍ଗାବଜ଼ାର ସ୍ଥିତ ଭାଗିରଥି ମାର୍କେଟ କମ୍ପ୍ଲେକ୍ସ ଠାରେ ବାଇକ ରଖି ଦୋକାନ କୁ ସଉଦା ପାଇଁ ଯାଇଥିଲେ । ଦୋକାନ ରୁ ଫେରି ଦେଖନ୍ତି ତାଙ୍କ ଡିକି ଭାଙ୍ଗି ଯାଇଥିବା ବେଳେ ଡ଼ିକିରେ ଥିବା ଟଙ୍କା ନାହିଁ । ଲୁଟେରା ମାନେ ଏହି ଟଙ୍କା ଲୁଟ କରି ନେଇଛନ୍ତି । ତେବେ ଏହି ଟଙ୍କା କିଏ ନେଇଛି ଜଣା ପଡି ନଥିବା ବେଳେ କିଶୋର ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପାର୍ଶ୍ୱରେ ଏହି ଘଟଣା ପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମଟରଯାଞ୍ଚ କରାଯାଇଛି ।

Nalco Logo



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button