ଅପରାଧ

ଘରୋଇ କଳହକୁ କେନ୍ଦ୍ର କରି ପୁଅର ଠେଙ୍ଗା ମାଡ଼ରେ ବାପା ମୃତ – Ibnodisha

[ad_1]

ସୁନ୍ଦରଗଡ : ପୁଅର ଠେଙ୍ଗା ମାଡ଼ରେ ବାପା ମୃତ। ଘରୋଇ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ସୁନ୍ଦରଗଡ ବଣାଇ ଉପଖଣ୍ଡ ମହୁଲପଦା ଥାନା ଫୁଲଝର ଗାଁ ଚାଳାସାହିରେ ଏହି ହତ୍ୟାକାଣ୍ଡ ହୋଇଛି। ମୃତକ ହେଉଛନ୍ତି ପଦୁ ମୁଣ୍ଡା। ଗତକାଲି ରାତିରେ ପୁଅ ଚକ୍ର ମୁଣ୍ଡା ସହ ବାପା ପଦୁ ମୁଣ୍ଡାଙ୍କ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ପୁଅ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ବାପାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟଲୋକ ମହୁଲପଦା ପୋଲିସକୁ ସୂଚନା ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଘଟଣା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି। ପୋଲିସ ଓ ରାଉରକେଲା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button