ଦେଶ

ଇସ୍ରାଏଲ-ହମାସ ଯୁଦ୍ଧରେ ମିଳିତ ଜାତିସଂଘର ୮୮ ପ୍ରତିନିଧିଙ୍କ ଜୀବନ ଗଲାଣି – Ibnodisha

[ad_1]

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧରେ ୟୁଏନର ୮୮ ଜଣ ଅଧିକାରୀ ଗାଜାରେ ପ୍ରାଣ ହରାଇଛନ୍ତି । ଗୋଟିଏ ଯୁଦ୍ଧରେ ସର୍ବାଧିକ ସଂଖ୍ୟକ ୟୁଏନ ଅଧିକାରୀ ପ୍ରାଣ ହରାଇବା ପ୍ରଥମ ବୋଲି ସୋମବାର ଜାତିସଂଘ ପକ୍ଷରୁ କୁହାଯାଇଛି । ଯୁଦ୍ଧ ଆରମ୍ଭରୁ ଅର୍ଥାତ ଅକ୍ଟୋବର ୭ ତାରିଖରୁ ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନ ରିଫ୍ୟୁଜି ଏଜେନ୍ସି ୟୁଏନଆରଡବ୍ଲୁଏର ୮୮ ଜଣ ଅଧିକାରୀ ମୃତ୍ୟୁ ବରଣ କରିସାରିଲେଣି । ଜାତିସଂଘରର ସମସ୍ତ ଏଜେନ୍ସି ମୁଖ୍ୟଙ୍କ ପକ୍ଷରୁ ଜାରି ଏକ ମିଳିତ ବିବୃତ୍ତିରେ କୁହାଯାଇଛି, ଗୋଟିଏ ଘଟଣାରେ ସର୍ବାଧିକ ଜାତିସଂଘ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ବିବୃତ୍ତିରେ ଆହୁରି କୁହାଯାଇଛି, ଏହି ଯୁଦ୍ଧରେ ବହୁ ସଂଖ୍ୟକ ଲୋକଙ୍କ ଜୀବନ ଗଲାଣି । ତୁରନ୍ତ ଯୁଦ୍ଧ ବିରତି ପାଇଁ ଜାତିସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଇତିମଧ୍ୟରେ ଇସ୍ରାଏଲରୁ ନେଇ ରଖିଥିବା ବନ୍ଧକଙ୍କୁ ହମାସ ତୁରନ୍ତ ଛାଡିଦେବା ପାଇଁ ଦାବି କରାଯାଇଛି । ସୂଚନାଥାଉ କି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ ରବିବାର ଦିନ ଘୋଷଣା କରିଛନ୍ତି, ହମାସ ବନ୍ଧକଙ୍କୁ ନ ଛାଡିବା ପର୍ଯ୍ୟନ୍ତ ଯୁଦ୍ଧବିରତିର ପ୍ରଶ୍ନ ଉଠୁନାହିଁ । ହମାସକୁ ନିପାତ କରିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ବୋଲି ସେ କହିଛନ୍ତି ।ସୂଚନାଥାଉ କି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭହାବହ ସ୍ଥିତିରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ଗାଜାକୁ ଏବେ ଦୁଇ ଭାଗ କରିଦିଆ ଯାଇଛି । ଇସ୍ରାଏଲି ସେନା ପକ୍ଷରୁ ଦାବି କରାଯାଇଛି, ଗାଜା ଉତ୍ତର ଏବଂ ଦକ୍ଷିଣ ଏହିପରି ୨ ଭାଗରେ ବିଭକ୍ତ ହୋଇଯାଇଛି । ଫଳରେ ହମାସକୁ ଶକ୍ତ ଧକ୍କା ହୋଇଛି । ସେତିକି ନୁହେଁ, ହମାସ ଉପରେ ଏବେ ଭୟଙ୍କର ଆକ୍ରମଣ ହେବ ବୋଲି କୁହାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button