ନକଲି ଜିପିଏସ୍ ସିଗ୍ନାଲ: ବାଟ ହୁଡ଼ୁଛନ୍ତି ବିମାନ, ବାଗଦାଦ ଏଟିସିରୁ ସହାୟତା ନେଲେ ପାଇଲଟ୍ – Ibnodisha

[ad_1]

ମୁମ୍ବାଇ: ଇରାକ-ଇରାନ ଅଞ୍ଚଳରେ କୌଣସି ଅଜଣା ସୂତ୍ରରୁ ନକଲି ଜିପିଏସ୍ ସିଗ୍ନାଲ ମିଳିବା ଯୋଗୁ ଗତ ୧୫ ଦିନ ଭିତରେ ଅତି କମ୍ରେ ୨୦ଟି ବିମାନ ଓ କର୍ପୋରେଟ୍ ଜେଟ୍ ଭୁଲ୍ ଦିଗରେ ଯାଇଥିବା ଏକ ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏକ ଭାରତୀୟ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ସେମାନେ ଏୟାରୱେ ୟୁଏମ୍୬୮୮ରେ ଉଡ଼ିନାହାନ୍ତି। ସେମାନେ ଇରାନର ବାୟୁସୀମାରେ ଅଧିକ ଉଚ୍ଚରେ ଉଡ଼ିବା ଯୋଗୁ ଏହି ସମସ୍ୟାର ସମ୍ମୁଖୀନ ହୋଇ ନାହାନ୍ତି। ନକଲି ଜିପିଏସ୍ ସଙ୍କେତ ଦ୍ବାରା ଯେଉଁ ବିମାନଗୁଡ଼ିକୁ ରୋକାଯାଇଥିଲା ସେଥିରେ ବୋଇଂ ୭୭୭, ୭୩୭ ଏବଂ ୭୪୭ ସାମିଲ ଅଛି। ଗତ ସୋମବାର ଦିନ ଏକ ବୋଇଂ ୭୭୭ ବିମାନକୁ ଟାର୍ଗେଟ୍ କରି ବହୁତ ଆଗକୁ ନିଆଯାଇଥିଲା ଏବଂ ଚାଳକ ଦଳ ଏହି ଅସଂଗତି ସଂପର୍କରେ ଜାଣିବା ପରେ ତୁରନ୍ତ ବାଗଦାଦ ଏୟାର ଟ୍ରାଫିକ୍ କଂଟ୍ରୋଲର୍ଙ୍କ ସହାୟତା ନେଇଥିଲେ। ବିମାନଟି ସଂପୂର୍ଣ୍ଣ ଭୁଲ୍ ଦିଗରେ ପରିଚାଳିତ ହେଉଥିବା ଜଣାପଡ଼ିବା ପରେ ଏହାର ଗତିପଥ ସ୍ବାଭାବିକ କରିବାକୁ ପଦକ୍ଷେପ ନିଆଯାଇଥିଲା।
ଭାରତୀୟ ବିମାନ ସଂସ୍ଥ ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଭିସ୍ତାରା ସାନ୍ ଫ୍ରାନ୍ସିସ୍କୋ, ଇସ୍ତାନବୁଲ, ବାକୁ ଏବଂ ଲଣ୍ଡନ ଭଳି ଗନ୍ତବ୍ୟସ୍ଥଳ ରାସ୍ତାରେ ଏହି ଉଡ଼ାଣ କ୍ଷେତ୍ର ବ୍ୟବହାର କରିଥାନ୍ତି। ବ୍ୟସ୍ତବହୁଳ ଉଡ଼ାଣ ମାର୍ଗରେ ବାଣିଜ୍ୟିକ ବିମାନଗୁଡ଼ିକୁ ଟାର୍ଗେଟ୍ କରାଯାଉଥିବାରୁ ଏବେ ଆତଙ୍କ ଲାଗି ରହିଛି। ଅତ୍ୟାଧୁନିକ ବିମାନଗୁଡ଼ିକ ନକଲି ଜିପିଏସ୍ ସଙ୍କେତକୁ ଅନୁଧ୍ୟାନ କରି ଏହାକୁ ସଫଳତାର ସହ ବର୍ଜନ କରିପାରୁଥିବା ବେଳେ କେତେକ ପରିବହନ ବିମାନ ନକଲି ସିଗ୍ନାଲରେ ଫସି ଯାଉଛନ୍ତି।
[ad_2]