ଦେଶ

କଲମ୍ବିଆରେ ଦୃଶ୍ୟମାନ ହେଲା ଦୁର୍ଲଭ ‘ଅର୍ଦ୍ଧ-ମହିଳା, ଅର୍ଦ୍ଧ-ପୁରୁଷ’ ପକ୍ଷୀ – Ibnodisha

[ad_1]

ନୂଆଦିଲ୍ଲୀ: କଲମ୍ବିଆରେ ପ୍ରାୟ ୧୦୦ ବର୍ଷ ପରେ ବିରଳ ଗ୍ରୀନ ହନୀକ୍ରିପର ପକ୍ଷୀ ଦୃଶ୍ୟମାନ ହୋଇଛି । ଯାହାକି ପକ୍ଷୀପ୍ରେମୀଙ୍କୁ ବେଶ ଆନନ୍ଦ ପ୍ରଦାନ କରିଛି । ଉଭୟ ଲିଙ୍ଗଧାରୀ ଏହି ପକ୍ଷୀର ଭିଡିଓ ଜଣେ ପ୍ରାଣୀବିଜ୍ଞାନୀ ଶେୟାର କରିଛନ୍ତି । ଓଟାଗୋ ୟୁନିଭରସିଟିରେ ଏହା ଉପରେ ଗବେଷଣା ଆରମ୍ଭ ହୋଇଛି । ବିଜ୍ଞାନ ଭାଷାରେ ଏହି ପକ୍ଷୀକୁ ବାଇଲାଟେରାଲ ଗାଇନାଡ୍ରୋମର୍ଫିକ କୁହାଯାଏ । ଉଲ୍ଲେଖଯୋଗ୍ୟ, କଲମ୍ବିଆର ମନିଜାଲେସ୍ ନିକଟରେ ଥିବା ଏକ ପ୍ରକୃତି ସଂରକ୍ଷଣ ସ୍ଥାନର ଏକ କ୍ଷୁଦ୍ର ଚାଷ ଜମିରେ ପ୍ରଥମେ ଏହିପକ୍ଷୀଟିକୁ ଚିହ୍ନଟ କରାଯାଇଥିଲା।ପରେ ସେ ଓଟାଗୋ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନୀ ପ୍ରଫେସର ହମିଶ ସ୍ପେନ୍ସରଙ୍କୁ ଏହି ପକ୍ଷୀକୁ ସୂଚାଇ ଥିଲେ। ଏହି ପକ୍ଷୀର ଶରୀର ମଝିରୁ ଉଭୟ ଲିଙ୍ଗ ଅଲଗା ହୋଇ ରହିଥାଏ । ପ୍ରଫେସର ହାମିଶ ସ୍ପେନଶରଙ୍କ ମତରେ ଫିମେଲ ସେଲ ଡିଭିଜନ ଏଗ ପ୍ରଡ୍ୟୁସ କରିଥାଏ । ଏହା ପରେ ୨ଟି ସ୍ପର୍ମ ମାଧ୍ୟମରେ ଏହାର ଡବଲ ଫର୍ଟିଲାଇଜେଶନ ହୋଇଥାଏ । ଦୀର୍ଘ ଦିନ ହେବ ଏହି ପକ୍ଷୀ ଦେଖା ନ ଯିବା ପରିବେଶବିତ ଓ ଗବେଷକମାନଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଏପରିକି ସେମାନେ ଏହାକୁ ବିଲପ୍ତ ଶ୍ରେଣୀରେ ସାମିଲ କରିଥିଲେ ।ସୋସିଆଲ ମିଡିଆରେ ଏହି ପକ୍ଷୀରେ ଫଟୋ ଶେୟାର କରାଯିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button