ରାଜନୀତି

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇ. ଏସ୍‌. ଶର୍ମିଲା – Ibnodisha

[ad_1]

ନୂଆଦିଲ୍ଲୀ: ବହୁ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନର ଅନ୍ତ ଘଟିଛି ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସାନଭଉଣୀ ତଥା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ସଂସ୍ଥାପିକା ୱାଇ. ଏସ୍‌. ଶର୍ମିଲା କଂଗ୍ରେସରେ ଯୋଗ ଦେଇଛନ୍ତି। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସେ ତାଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ଘୋଷଣା କରିବା ସହ ତାଙ୍କୁ ଦିଆଯାଇଥିବା ସମସ୍ତ ଦାୟିତ୍ୱ ପୂରଣ କରିବେ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ତାଙ୍କ ଦଳ ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ ମଧ୍ୟ ‘କଂଗ୍ରେସ ପାର୍ଟି’ରେ ମିଶିଲା ବୋଲି ଶର୍ମିଲା ଘୋଷଣା କରିଛନ୍ତି । ଯୋଗଦେବା ପରେ ସାମ୍ବାଦିକମାନର ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି : କଂଗ୍ରେସ ଦଳ ଆମ ଦେଶର ସର୍ବ ବୃହତ ଧର୍ମନିରପେକ୍ଷ ଦଳ ଏବଂ ଏହା ସର୍ବଦା ଭାରତର ପ୍ରକୃତ ସଂସ୍କୃତିକୁ ବଜାୟ ରଖିଛି ଏବଂ ଆମ ଦେଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ବୋଲି ସେ କହିଛନ୍ତି । କଂଗ୍ରେସର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ଉପସ୍ଥିତିରେ ଶର୍ମିଲାଙ୍କୁ ଔପଚାରିକ ଭାବେ କଂଗ୍ରେସ ପାର୍ଟିରେ ସାମିଲ କରାଯାଇଛି। ସୂଚନାଯୋଗ୍ୟ, ଶର୍ମିଲା ହେଉଛନ୍ତି ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ୱାଇ. ଏସ୍‌. ରାଜଶେଖର ରେଡ୍ଡୀଙ୍କ ଝିଅ। ସେ କହିଛନ୍ତି, ରାହୁଲ୍‌ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ଦେଖିବା ଲାଗି ମୋ ବାପାଙ୍କର ଅଭିଳାଷ ଥିଲା। ଏବେ ସେଥିପାଇଁ ଅବଦାନ ଦେଇ ମୁଁ ଆନନ୍ଦିତ ହେବି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button