ଦେଶ

ବୋତଲରେ ଶିଶୁକୁ କ୍ଷୀର ପିଆଇବା ଆଗରୁ ଜାଣି ରଖନ୍ତୁ ଏହି ୫ଟି ଗୁରୁତ୍ୱପୂର୍ଣ୍ଣ କଥା

କୁହାଯାଏ, ଯେବେ ଶିଶୁ ୬ ମାସର ହୋଇଯିବ, ସେତେବେଳେ ତାକୁ ବୋତଲରେ କ୍ଷୀର ପିଆଇବା ଉଚିତ। କିନ୍ତୁ ବୋତଲରେ କ୍ଷୀର ପିଆଇବା ଦ୍ୱାରା ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ବିପରୀତ ପ୍ରଭାବ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏ ସମ୍ବନ୍ଧରେ କହିବାକୁ ଯାଉଛୁ।

୧. ବୋତଲରେ କ୍ଷୀର ପିଆଇବା ଦ୍ୱାରା ପିଲାଙ୍କୁ ଜରୁରୀ ପୋଷଣ ମିଳି ନ ଥାଏ। ଅନେକ ରିସର୍ଚ୍ଚରୁ ଜଣାପଡ଼ିଛି, ଯେଉଁ ଶିଶୁ ସ୍ତନପାନ କରନ୍ତି, ସେମାନେ ବୋତଲରେ କ୍ଷୀର ପିଉଥିବା ଶିଶୁଙ୍କ ତୁଳନାରେ ଅଧିକ ସୁସ୍ଥ ହୋଇଥାନ୍ତି।

cddc

୨. ବୋତଲରୁ କ୍ଷୀର ପିଉଥିବା ଶିଶୁଙ୍କୁ ଭବିଷ୍ୟତରେ ମୋଟାପଣର ଶିକାର ହେବାକୁ ପଡ଼ିପାରେ।

୩. ବୋତଲରୁ କ୍ଷୀର ପିଉଥିବା ପିଲାଙ୍କର ଇମ୍ୟୁନ ସିଷ୍ଟମ ଦୁର୍ବଳ ହୋଇଥାଏ। ସ୍ତନପାନ କରୁଥିବା ପିଲାଙ୍କର ଏହା ମଜଭୁତ ଥାଏ। ମାଆ କ୍ଷୀରରେ ସମସ୍ତ ଜରୁରୀ ପୋଷାକ ତତ୍ତ୍ୱ ରହିଥିବାରୁ ଏହା ଇମ୍ୟୁନ ସିଷ୍ଟମକୁ ମଜଭୁତ କରିବାରେ ସହାୟକ ହୋଇଥାଏ।

cc

୪. ବୋତଲରେ କ୍ଷୀର ପିଇଲେ ଶିଶୁଙ୍କୁ ସଂକ୍ରମଣର ଭୟ ରହିଥାଏ। ଏହାଦ୍ୱାରା ଡାଇରିଆ, ଛାତିରେ ଇନଫେକସନ ଏବଂ ୟୁରିନ ଇନଫେକସନ ହୋଇପାରେ।

୫. ଏକ ଅଧ୍ୟୟନ ଅନୁସାରେ, ବୋତଲରେ କ୍ଷୀର ପିଆଇଲେ ମାଆ ଓ ଶିଶୁ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଥାଏ। ସ୍ତନପାନ କରାଇଲେ ଏହି ସମ୍ପର୍କ ମଜଭୁତ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button