ଦେଶ

ଆଜିଠୁ ଭାରତ ଛାଡ଼ ଅଭିଯାନ – Ibnodisha

[ad_1]

ନୂଆଦିଲ୍ଲୀ :  ଅମୃତକାଳରେ ନୂଆ ଭାରତର ଆହ୍ବାନ । ୧୯୪୨ରେ ମହାତ୍ମା ଗାନ୍ଧିଙ୍କ ଡାକରାରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏହାର ସ୍ମରଣିକା ସ୍ବରୂପ ବିଜେପି ଆଜିଠୁ ସାରା ଦେଶରେ ଆରମ୍ଭ କରୁଛି ଭାରତ ଛାଡ଼ ଅଭିଯାନ । ମହାନ ସ୍ବାଧିନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଭ୍ରଷ୍ଟାଚାର ଭାରତ ଛାଡ଼, ପରିବାରବାଦ ଭାରତ ଛାଡ଼, ତୁଷ୍ଟିକରଣ ଭାରତ ଛାଡ଼ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେତେବେଳେ ସିନା ଇଂରେଜ ଭାରତ ଛାଡ଼ର ନାରା ଦିଆଯାଇଥିଲା, ହେଲେ ଏବେ ଭ୍ରଷ୍ଟାଚାର ଭାରତ ଛାଡ଼, ପରିବାରବାଦ ଭାରତ ଛାଡ଼, ତୁଷ୍ଟିକରଣ ଭାରତ ଛାଡ଼, ପ୍ରତ୍ୟେକଟି ସାମାଜିକ ବାଧା ଭାରତ ଛାଡ଼ିବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି ଆଧାରିତ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ କରିବା ଓ  ଏଭଳି ରାଜନୀତି କରୁଥିବା ଅପଶକ୍ତି ମାନଙ୍କ ଠାରୁ ଭାରତକୁ ସୁରକ୍ଷିତ ରଖିବା ପାଇଁ ଆଜିର ଦିନରେ ସଂକଳ୍ପ ନେବାକୁ ଭିଡିଓ ବାର୍ତ୍ତା ମାଧ୍ୟରେ ଅନୁରୋଧ କରିଛନ୍ତି।

ଗତକାଲି ବିଜେପି ସଂସଦୀୟ ଦଳ ବୈଠକରେ ଭ୍ରଷ୍ଟାଚାର, ପରିବାରବାଦ, ତୁଷ୍ଟିକରଣର ରାଜନୀତି କରୁଥିବା ତଥାକଥିତ ବିରୋଧୀ ମେଣ୍ଟ ଇଣ୍ଡିଆ ବିରୋଧରେ କ୍ବିଟ୍ ଇଣ୍ଡିଆ ମୁଭମେଣ୍ଟ ବା ଭାରତ ଛାଡ଼ ଅଭିଯାନ ଚଳାଇବା ପାଇଁ ମୋଦି ଗୁରୁମନ୍ତ୍ର ଦେଇଥିଲେ । ଭାରତ ଛାଡ଼ ଆନ୍ଦୋଳନର ୮୧ ବର୍ଷ ପୂରଣ ଅବସରରେ ବିଜେପିର ସମସ୍ତ ସାଂସଦ ଆଜି ସଂସଦର ଗାନ୍ଧି ପ୍ରତିମା ନିକଟରେ ଏକତ୍ରିତ ହେବେ । ସେହିଠାରୁ ହିଁ ଭାରତ ଛାଡ଼ ଅଭିଯାନର ଶୁଭାରମ୍ଭ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button