ଦେଶ

ଟ୍ରାକ୍ ସଜାଡ଼ିବା ବେଳେ ମାଡ଼ିଗଲା ଟ୍ରେନ; ୩ ରେଳ କର୍ମଚାରୀ ମୃତ – Ibnodisha

[ad_1]

ମୁମ୍ବାଇ: ରେଳ ଧାରଣାରେ କାମ ଚାଲିଥିବା ବେଳେ ଟ୍ରେନ ମାଡିଯିବାରୁ ୩ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ପାଲଘର ଜିଲ୍ଲାର ବସଇ ଷ୍ଟେସନ ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ପଶ୍ଚିମ-ରେଳ ଜୋନର ମୁମ୍ବାଇ ଡିଭିଜନର କର୍ମଚାରୀ ବୋଲି ସ୍ପଷ୍ଟ ହୋଇଛି । ସେମାନେ ସମସ୍ତେ ସରାଇ ରୋଡ ଷ୍ଟେସନ ଅଧୀନରେ ସିଗ୍ନାଲିଂ ସିଷ୍ଟମରେ କାର୍ଯ୍ୟରତ ଥିଲେ । ମୃତକମାନେ ବାସୁ ମିତ୍ରା, ସୋମନାଥ ଉତ୍ତମ ଲାମ୍ବୁତ୍ରୋ ଓ ସଚିନ ୱାଙ୍ଖଡେ ଭାବେ ଚିହ୍ନଟ ହୋଇଛନ୍ତି । ରେଳବାଇ ବିଭାଗୀୟ ତତନ୍ତ ନିର୍ଦ୍ଦେଶ ଦେଇଛି । ମୃତକଙ୍କ ପରିଜନକୁ ପ୍ରାଥମିକ ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରିଛି ରେଳବାଇ ।

ଜିଆରପିର ସୂଚନା ଅନୁସାରେ, ଗତକାଲି ଏହି ଦୁର୍ଘଟଣା ଘଟିଛି । ବସଇ ରୋଡ ଷ୍ଟେସନ ନିକଟରେ ଏକ ସିଗନାଲରେ କିଛି ସମସ୍ୟା ଦେଖାଯାଇଥିବା ସୂଚନା ମିଳିବା ପରେ ଏହି ତିନି କର୍ମଚାରୀ ସେଠାରେ ପହଞ୍ଚିଥିଲେ । ରେଳଧାରଣା ଓ ଏହା ପାର୍ଶ୍ୱରେ ଥିବା ଲିଗନାଲ ପୋଲରେ ମରାମତି ବେଳେ ହଠାତ ଏକ ଲୋକାଲ ଟ୍ରେନ ଏମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଓ ରେଳବାଇ ପୋଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି । ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଏହା ସହ ରେଳବାଇ ମଧ୍ୟ ଏକ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ।

ମୃତକଙ୍କ ପରିବାର ସଦସ୍ୟଙ୍କୁ ୫୫ ହଜାର ଲେଖାଏଁ ପ୍ରାଥମିକ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ମୃତକଙ୍କ ପରିଜନ ଚାକିରି ଦାବି କରିଛନ୍ତି । ଏହା ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ସମାନ ଧରଣର ଦୁର୍ଘଟଣା ଘଟିବାର ନଜିର ରହିଛି । ଗତବର୍ଷ ଅକ୍ଟୋବରେ ସେବରୀ ଷ୍ଟେସନରେ ଜଣେ ଦୃଷ୍ଟିବାଧିତ ମହିଳା ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ଖସି ପଡିଥିଲେ । ଚାପି ହୋଇ ତାଙ୍କ ମୃତ୍ୟୁ ହୋଇଥିଲା । କେଉଁଠି ରେଳ ଧାରାଣା ପାର ହେବା ବେଳେ ଦୁର୍ଘଟଣା ତ, କେଉଁଠି ଲେବଲ କ୍ରସିଂ ନଥିବା କାରଣରୁ ଦୁର୍ଘଟଣା ଘଟୁଛି । ଗତବର୍ଷ ବାଲାଶ୍ୱର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ମଧ୍ୟ ସିଗ୍ନାଲିଂ ତ୍ରୁଟିରୁ ଘଟିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button