ନିର୍ବାଚନୀ ହିଂସା: ଇମ୍ରାନଙ୍କ ଦଳୀୟ ପତାକା ଲଗେଇବାରୁ ପୁଅକୁ ହତ୍ୟା କଲେ ବାପା – Ibnodisha

[ad_1]
ଇସଲାମବାଦ: ପାକିସ୍ତାନରେ ନିର୍ବାଚନକୁ ନେଇ ହିଂସା ତେଜିବାରେ ଲାଗିଛି । ଏହି ଭିତରେ ହତ୍ୟା ଓ ଅପହରଣକୁ ନେଇ ଦେଶରେ ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ହିଂସା ଦେଶରେ ଉଗ୍ରରୂପ ଧାରଣ କରିଛି । ସଦ୍ୟତମ ଘଟଣାନୁସାରେ ରାଜନୈତିକ ମତଭେଦକୁ ନେଇ ପାକିସ୍ତାନରେ ଜଣେ ବାପା ନିଜ ପୁଅକୁ ହତ୍ୟା କରିଛନ୍ତି । ଘଟଣା ଅନୁଯାୟୀ, ପୁଅ କତାରରେ କାମ କରୁଥିଲେ । ନିକଟରେ ସେ ଘରକୁ ଫେରିଥିଲେ । ଖେବର ପଖତୁନଖା ପ୍ରାନ୍ତ ସ୍ଥିତ ନିଜ ଘରେ ପୁଅ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ପତାକା ଲଗାଇଥିଲେ ।
ଯାହାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ବ୍ୟକ୍ତିଜଣକ ଘରେ ଦଳୀୟ ପତାକା ଲଗେଇବାକୁ ମନା କରିଥିଲେ, ଯାହାକୁ ପୁଅ ଅଣଦେଖା କରିଥିଲେ । ଝଗଡା ଅଧିକ ବଢିବାରୁ ରାଗିଯାଇ ବ୍ୟକ୍ତିଜଣକ ନିଜ ୩୧ବର୍ଷିୟ ପୁଅଙ୍କୁ ଗୁଳି ଚଳାଇ ହତ୍ୟା କରିଥିଲେ । ତେବେ ପରେ ତାଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା । ପୋଲିସ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଏବେ ତଦନ୍ତ ଜାରି ରଖିଛି । ତଦନ୍ତରେ ଜଣାପଡିଛି କି, ହତ୍ୟାକାରୀ ବ୍ୟକ୍ତିଜଣକ ରାଷ୍ଟ୍ରବାଦୀ ଅବାମୀ ନ୍ୟାଶନାଲ ପାର୍ଟି(ଏଏନପି)ରେ ଅଛନ୍ତି । ବାମପନ୍ଥୀ ବ୍ୟକ୍ତିଜଣକ ନିଜ ଘରେ ଆବାମୀ ପାର୍ଟିର ଦଳୀୟ ପତାତା ଲଗେଇଥିଲେ । କିନ୍ତୁ ଯେତେବେଳେ ସେ ନିଜ ପୁଅକୁ ପିଟିଆଇର ପତାକା ଲଗେଇବାର ଦେଖିଲେ ପ୍ରତିଶୋଧପରାୟଣ ହୋଇ ସେ ପୁଅକୁ ହତ୍ୟା କରିଥିଲେ ।
[ad_2]